fbpx

ପାଟନା ବ୍ଲାଷ୍ଟ: ୪ ଦୋଷୀଙ୍କୁ ଫାଶୀ, ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ୨୦୧୩ରେ ପାଟନା ଗାନ୍ଧି ମଇଦାନରେ ସିରିଏଲ ବ୍ଲାଷ୍ଟ ଘଟଣାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ପାଟନା ଏନଆଇଏ କୋର୍ଟ ଏହି ମାମଲାରେ ୪ ଦୋଷୀଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୨ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ, ୨ ଜଣଙ୍କୁ ୧୦ ବର୍ଷ ଓ ଜଣଙ୍କୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ତେବେ ବିହାର ପାଟନାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ରାଲି ସ୍ଥଳରେ ଏହି ବ୍ଲାଷ୍ଟ ହୋଇଥିଲା । ୮ଟି ବୋମା ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୮୫ ଜଣ ଆହତ ହୋଇଥିଲେ । ଏହି ବମ୍ ବ୍ଲାଷ୍ଟ ସମୟରେ ବିଜେପିର ବଡ ବଡ ନେତା ଷ୍ଟେଜ୍ ଉପରେ ଉପସ୍ଥିତ ଥିଲେ । ହେଲେ ଆଜି ଏହି ଘଟଣାର ରାୟ ପ୍ରକାଶ ପାଇବା ସହିତ ଦୋଷୀମାନଙ୍କୁ ଦଣ୍ଡାଦେଶ ଶୁଣାଣିଛନ୍ତି ଏନଆଇଏ କୋର୍ଟ । ବିସ୍ଫୋରଣ ସମୟରେ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଅଭିଭାଷଣ ଦେଉଥିଲେ ।

Get real time updates directly on you device, subscribe now.