fbpx

ସ୍ତ୍ରୀର ମାନସିକ ନିର୍ଯାତନାରେ ସ୍ୱାମୀର ଓଜନ ୨୧ କେଜି କମିଗଲା; କୋର୍ଟ ଶୁଣାଇଲେ ଏମିତି ରାୟ

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଛାଡପତ୍ର ମାମଲାର ଶୁଣାଣି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ହିସାରର ଏକ ପାରିବାରିକ କୋର୍ଟର ରାୟକୁ ବଜାୟ ରଖିବା ସହିତ କୋର୍ଟ ଏକ ଦମ୍ପତ୍ତିଙ୍କୁ ଛାଡପତ୍ର ମଞ୍ଜୁର କରିଛନ୍ତି । ଜଣେ ୫୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି ଯାହାଙ୍କ କାନକୁ ୫୦ ପ୍ରତିଶତ ଶୁଭେ ନାହିଁ ତାଙ୍କ ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି । ବିବାହ ପରେ ତାଙ୍କ ଓଜନ ୭୪ରୁ ହ୍ରାସ ପାଇ ୫୩ କେଜିରେ ପହଞ୍ଚିଥିଲା ବୋଲି ପୁରୁଷ ଜଣକ କହିଛନ୍ତି ।

ପାରିବାରିକ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ସହିତ ମହିଳାଙ୍କ ପକ୍ଷରୁ ସ୍ୱାମୀ ଓ ଶ୍ୱଶୂର ଘର ନାମରେ ଦାୟର କରାଯାଇଥିବା ମାମଲା ମଧ୍ୟ ମିଥ୍ୟା ବୋଲି କୋର୍ଟ ଲକ୍ଷ୍ୟ କରିଥିଲେ । ଏହାକୁ ମାନସିକ ନିର୍ଯାତନା ବିବେଚନା କରି କୋର୍ଟ ମହିଳାଙ୍କ ବିପକ୍ଷରେ ରାୟ ଦେଇଥିଲେ । ଜଷ୍ଟିସ ରିତୁ ବାହରୀ ଏବଂ ଜଷ୍ଟିସ ଅର୍ଚ୍ଚନା ପୁରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ୨୦୧୯ ଅଗଷ୍ଟ ୨୭ରେ ଦମ୍ପତ୍ତିଙ୍କ ଛାଡପତ୍ରକୁ କୋର୍ଟ ମଞ୍ଜୁର କରିଥିଲେ । ୨୦୧୨ ରେ ବିବାହ କରିଥିବା ଏହି ଦମ୍ପତ୍ତିଙ୍କ ମଧ୍ୟରୁ ସ୍ୱାମୀ ବ୍ୟାଙ୍କରେ ଏବଂ ସ୍ତ୍ରୀ ଶିକ୍ଷକତା କରନ୍ତି । ଏହା ସହିତ କୋର୍ଟ ଲକ୍ଷ୍ୟ କରିଥିଲେ କି ମହିଳା ଜଣଙ୍କ ୨୦୧୬ରେ ନିଜ ଝିଅକୁ ଶାଶୁ ଘମେର ଛାଡି ପଳାଇଥିଲେ । ଏହାକୁ ଦୃଷ୍ଟିରେ ରଖି କୋର୍ଟ ଛାଡପତ୍ର ମଞ୍ଜୁର କରିଥିଲେ ।

Get real time updates directly on you device, subscribe now.