ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ବିବାହ କରିଛନ୍ତି। ସେ ବିଜୁ ଜନତା ଦଳ ନେତା ଏବଂ ପୁରୀ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ତାଙ୍କର ଜୀବନସାଥୀ କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ ମହୁଆ ଏବଂ ପିନାକୀ ଜର୍ମାନୀରେ ବିବାହ କରିଛନ୍ତି। ଉଭୟଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
‘ଦି ଟେଲିଗ୍ରାଫ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହୁଆ ଏବଂ ପିନାକୀ ଜର୍ମାନୀରେ ଚୁପଚାପ୍ ବିବାହ କରିଛନ୍ତି। ଏହି ବିଷୟରେ ଟିଏମସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ମହୁଆ ତାଙ୍କ ରାଜନୈତିକ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି।
ମହୁଆ ପୂର୍ବରୁ ଡେନିସ୍ ଫାଇନାନ୍ସର ଲାର୍ସ ବ୍ରୋର୍ସେନଙ୍କ ସହ ସମ୍ପର୍କରେ ଥିଲେ, କିନ୍ତୁ ସେମାନଙ୍କର ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ସେମାନଙ୍କର ଛାଡପତ୍ର ହୋଇଗଲା।
ଦ୍ୱିତୀୟ ବିବାହ କଲେ ପିନାକୀ ମିଶ୍ର ସଙ୍ଗିତା ମିଶ୍ରଙ୍କୁ ବିବାହ କରିଥିଲେ । ଦୁହେଁଙ୍କ ବିବାହ ବିଚ୍ଛେଦ ଦେବା ପରେ ପିନାକୀ ଏକୁଟିଆ ରହୁଥିଲେ । ସେମାନଙ୍କର ୨ ପିଲା ଅଛନ୍ତି । ସୂଚନା ମୁତାବକ ମହୁଆଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ।
କିଛି ଦିନ ହେବ ପିନାକୀ ଏବଂ ମୋହୁଆଙ୍କ ସମ୍ପର୍କକୁ ନେଇ ଖବର ଚର୍ଚ୍ଚାରେ ଥିଲା । ହେଲେ ଦୁହେଁ ଏ ସମ୍ପର୍କକୁ ନେଇ କେବେ ମୁହଁ ଖୋଲି ନାହାନ୍ତି । ପିନାକୀଙ୍କ ବୟସ ୬୫ ହୋଇଥିବାବେଳେ ମହୁଆଙ୍କ ବୟସ ୫୦ ବୋଲି କୁହାଯାଉଛି ।