fbpx

(Video) ପୁରୀ ଗଜପତି ମହାରାଜଙ୍କ ଝିଅ ବାହାଘର ଆଜି: ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିବେ ରାଜକନ୍ୟା ଦେବେଶୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର । ଗଜପତି ମହାରାଜଙ୍କ କନିଷ୍ଠ ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀଙ୍କ ବାହାଘର ଆଜି ରାଜଧାନୀ ଭୁବନେଶ୍ୱରରେ ମହାଆଡ଼ମ୍ବରରେ କରାଯାଉଛି । ଦେବେଶୀଙ୍କ ବାହାଘର ବିଶିଷ୍ଟ ବ୍ୟବସାୟୀ ଆଦିତ୍ୟ କେହେରଙ୍କ ସହ ସମ୍ପନ୍ନ ହେବ । ଏହି ଅବସରରେ ଏକ ତାରକା ହୋଟେଲ ବୁକ୍ କରାଯାଇଥିବା ବେଳେ କୋଭିଡ୍ କଟକଣା ପାଳନ କରାଯିବ । ଆଜିର ମ୍ୟାରେଜ ସେରିମୋନିରେ ଦେଶର ବିଭିନ୍ନ ରାଜ ପରିବାରର ସୀମିତ ସଂଖ୍ୟକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ଏହା ଗଜପତି ମହାରାଜଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଏଥିପାଇଁ ଖାସ୍ ବ୍ୟବସ୍ଥାର ଆୟୋଜନ କରାଯାଇଛି । ଆଜି ହରିୟାଣା ବର୍ଦ୍ଧମାନର ରାଜକୁମାର ଆଦିତ୍ୟଙ୍କ ହାତ ଧରିବେ ରାଜକନ୍ୟା ଦେବେଶୀ । ଏହି ଅବସରରେ ପୁରୀରେ ବରପକ୍ଷଙ୍କ ରହଣିର ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱରରେ ତାରକା ହୋଟେଲରେ ଭୋଜିର ଆୟୋଜନ କରାଯାଇଛି । ଏହି ଖାସ୍ ଉତ୍ସବ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏଥିସହ ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ତେବେ ବିବାହ ପାଇଁ ବର୍ଦ୍ଧମାନ ରାଜକୁମାର ପୁରୀରେ ପହଞ୍ଚି ସାରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.