fbpx

ଆଜି ବନକଲାଗି ନୀତି, ସଂଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ସଂଧ୍ୟାରେ ୩ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ କୁହାଯାଇଛି । ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ନୀତି ପାଇଁ ଅନେକ ସମୟରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥାଏ । ତେବେ ଆଜି ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ସାରି ନୀଳାଦ୍ରି ବିଜେ ପରେ ବନକଲାଗି ହୋଇନାହାନ୍ତି ମହାପ୍ରଭୁ । ଏଥିପାଇଁ ବୁଧବାର ଅର୍ଥାତ ଆଜି ମହାପ୍ରଭୁଙ୍କ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସେହିପରି ଗତକାଲି ମହାପ୍ରଭୁଙ୍କର ବଡ଼ମହାସ୍ନାନ ହୋଇଥିଲା । ଏଥିପାଇଁ ପ୍ରାୟ ଅଢେଇ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।

Get real time updates directly on you device, subscribe now.