ପୁରୀ ସାହିତ୍ୟ ଉତ୍ସବ ୨୦୨୫: ପରମ୍ପରା, ନବସୃଜନ ଏବଂ ଦୃଷ୍ଟିକୋଷ୍ଟିକୋଣର ସଙ୍ଗମ, ଉଦଘାଟନ କରିବେ ରାଜ୍ୟପାଳ
ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ପ୍ରଗତିଶୀଳ ଆକାଂକ୍ଷାକୁ ପାଳନ କରିବା ଲକ୍ଷ୍ୟ ।
ଭୁବନେଶ୍ବର: ଆଉ 3 ଦିନ ପରେ ଆୟୋଜିତ ହେବ ପୁରୀ ସାହିତ୍ୟ ଉତ୍ସବ । ଓଡ଼ିଆ ଭାଷା, ଐତିହ, ସଂସ୍କୃତିକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଥମ ଥର ପାଇଁ ଏକ ନିଆରା ପ୍ରୟାସ କରିବାକୁ ଯାଉଛି ଅଧ୍ୟୟନ ଫାଉଣ୍ଡେସନ ଫର୍ ପଲିସି ଆଣ୍ଡ ରିସର୍ଚ୍ଚ ( AFPR ) ।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର, ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟ (NBT) ର ମିଳିତ ଆନୁକୁଲ୍ୟରେ , ୨୦୨୫ ଏପ୍ରିଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ତାଜ ହୋଟେଲ ଠାରେ ପୁରୀ ସାହିତ୍ୟ ଉତ୍ସବ ଉଦ୍ଘାଟନୀ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି ।
ସଂଳାପ, ପ୍ରଦର୍ଶନ ଏବଂ ବିତର୍କ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନକୁ ଏହାର ସମସାମୟିକ ମହତ୍ୱକାଂକ୍ଷା ସହିତ ଯୋଡ଼ିବା ହେଉଛି ଏହି ଐତିହାସିକ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅଧ୍ୟୟନ ଫାଉଣ୍ଡେସନ ଫର୍ ପଲିସି ଆଣ୍ଡ ରିସର୍ଚ୍ଚ ( AFPR) ସଂସ୍ଥା।
18 ତାରିଖରେ ଉଦଘାଟନ- ଓଡ଼ିଶାଡ଼ିଶାର ରାଜ୍ୟପାଳ ହରିବାବୁ କୁମ୍ଭମପତି ଏହି ଉତ୍ସବର ଉଦ୍ଘାଟନ କରିବେ । ଓଡ଼ିଶାଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ସମାପନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ।
ରମାକାନ୍ତ ରଥ ସାହିତ୍ୟ ପୁରସ୍କାର: Puri Lit Fest ୨୦୨୫’ର ଏକ ମୁଖ୍ୟମୁ ଖ୍ୟ ଆକର୍ଷଣ ହେଉଛି ଏହି ପ୍ରତିଷ୍ଠିତ ସାହିତ୍ୟିକ ପୁରରର ଶୁଭାରମ୍ଭ , ଯାହା ଓଡ଼ିଆ ସହିତ୍ୟହିତ୍ୟରେ ଉତ୍କର୍ଷତାକୁ ଆହୁରି ସମ୍ମାନିତ କରୁଛି ।
ପ୍ରକାଶକ ସମ୍ମିଳନୀ , ସାମାଜିକ ଉଦ୍ୟୋଗ, ସାହିତ୍ୟରେ ମହିଳାଙ୍କ ଅବଦାନ, ପରିବେଶ, ଆଧୁନିକ ଯୁଗରେ ଇତିହାସ ଲିଖନ, ବଲିଉଲିଡର ସାଂସ୍କୃତିକ ପ୍ରଭାବ ଏବଂ ଓଡ଼ିଶାର ସାମାଜିକ-ସଂସ୍କୃତି ବିକାଶ ତଥା ଏକବିଂ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଆଦି ଉପରେ ଆଲୋଚନା ରହିବ ।