fbpx

ରଥଯାତ୍ରାରେ ଉଡିବନି ଡ୍ରୋନ, ଟ୍ୱିଟ କରି କଟକଣା ଜାରି କଲେ ପୁରୀ ପୋଲିସ

ପୁରୀ: ଚଳିତ ବର୍ଷ ରଥଯାତ୍ରା ୨୦ ଜୁନରେ ପାଳିତ ହେବ । ଏନେଇ ଅନେକ ପ୍ରସ୍ତୁତି ଚାଲିଥିବା ବେଳେ ମହାପ୍ରଭୁଙ୍କ ଫଟୋ ଏବଂ ଭିଡିଓ ଭାଇରାଲକୁ ନେଇ କିଛି କଟକଣା ଜାରି ହୋଇଛି । ରଥଯାତ୍ରା ସମୟରେ ଉପରେ କୌଣସି ଡ୍ରୋନ ଉଡିବ ନାହିଁ । ଏନେଇ ପୁରୀ ପୋଲିସ ଟ୍ୱିଟ କରି ନିର୍ଦ୍ଦେଶ ଜାରି କରିଛନ୍ତି ।

ସୂଚନା ଅନୁଯାୟୀ, ରଥଯାତ୍ରା ବେଳେ ଭିଡିଓ ଓ ଫଟୋଉଠା ସମ୍ଭାବନା ଦୃଷ୍ଟିରୁ କଟକଣା ଜାରି କରାଯାଇଛି । ଜଗନ୍ନାଥ ମନ୍ଦିର ରେଡ୍ ଜୋନରେ ଯାଉଥିବାରୁ ଡ୍ରୋନ ଉଡାଣକୁ ମନା କରାଯାଇଛି । ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣକୁ ମନା କରାଯାଇଛି ।

ଡ୍ରୋନ ଉଡାଣକୁ ନେଇ ପୁରୀ ପୋଲିସ ଟ୍ୱିଟ୍ କରି କଟକଣା ଜାରି କରିଛି । ତେବେ ରଥଯାତ୍ରା ସମୟରେ ଯେଉଁ ବ୍ୟକ୍ତି ମଧ୍ୟ ନିର୍ଦ୍ଦେଶ ଅମାନ୍ୟ କରିବ ତାଙ୍କୁ ଡ୍ରୋନ ରୁଲ ଅନୁସାରେ ଦଣ୍ଡିତ କରାଯିବ । ଏହାପୂର୍ବରୁ ଜଣେ ୟୁଟ୍ୟୁବର ନିୟମ ଉଲ୍ଲଘଂନ କରି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଗିରଫ ହୋଇ ଜରିମାନା ଗଣିଛନ୍ତି ।

Get real time updates directly on you device, subscribe now.