fbpx

ଖୁବଶୀଘ୍ର ଓଟିଟିରେ ଲଞ୍ଚ ହେବ ‘ପୁଷ୍ପା’: ବକ୍ସ ଅଫିସରେ ଆୟ କଲାଣି ଏତିକି କୋଟି

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଅଭିନୀତ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ଧୁମ ମଚାଇଛି । ଫିଲ୍ମ ଭଲ ଆୟ ମଧ୍ୟ କରୁଛି । ଫିଲ୍ମକୁ ନେଇ ଫ୍ୟାନ୍ସ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଆଉ ଏକ ଖୁସି ଖବର ଦେଖିବାକୁ ମିଳିଛି ଫିଲ୍ମକୁ ନେଇ । ଖୁବଶୀଘ୍ର ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ନର୍ଦ୍ଦେଶକଙ୍କ ଅନୁଯାୟୀ ଫିଲ୍ମ ‘ପୁଷ୍ପା: ଦି ରାଇଜ’ର ହିନ୍ଦୀ ଅନୁବାଦ ସହ ଏପର୍ଯ୍ୟନ୍ତ ୩୦୦ କୋଟିରୁ ଅଧିକ ଆୟ କରିସାରିଲାଣି । ଫିଲ୍ମ ରଣବୀର ସିଂଙ୍କ ‘୮୩’କୁ ମଧ୍ୟ ପଛରେ ପକାଇଛି । ଆଉ ଏବେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ, ଫିଲ୍ମ ଡିସେମ୍ବର୧୭ ରେ ଥିଏଟରରେ ରିଲିଜ ହୋଇଥିଲା । ଆଜି ୧୯ ଦିନରେ ମଧ୍ୟ ଏହା ଭଲ ବ୍ୟବସାୟ କରୁଛି । ଏପର୍ଯ୍ୟନ୍ତ୍ର ୩୦୦ କୋଟିରୁ ଅଧିକ ଆୟ କରିଛି ‘ପୁଷ୍ପା’ । ଫିଲ୍ମକୁ ହିନ୍ଦୀ ସହ ଅନ୍ୟ ଭାଷାରେ ମଧ୍ୟ ରିଲିଜ୍ କରାଯାଇଥିଲା । ଫିଲ୍ମରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ସମାନ୍ଥା ପ୍ରଭୁଙ୍କ ଏଣ୍ଟ୍ରୀ ଫ୍ୟାନ୍ସଙ୍କୁ ଉତ୍ସାହକୁ ଆହୁରି ବଢ଼ାଇଛି । ପ୍ରଥମ ଥର ପାଇଁ ସାଉଥ ଇଣ୍ଡଷ୍ଟ୍ରୀର ଏହି ତିନି କଳାକାର ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି ।

ତେବେ ଫିଲ୍ମ ୭ ଜାନୁଆରୀରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି ।

 

View this post on Instagram

 

A post shared by amazon prime video IN (@primevideoin)

Get real time updates directly on you device, subscribe now.