fbpx

ରୁଷର ତୈଳ ଉପରେ ଭାରତର ସମର୍ଥନ, ପୁଟିନ ସରକାର କଲେ ପ୍ରଶଂସା

ମସ୍କୋ: ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇ କହିଛନ୍ତି ଯେ, ଉପପ୍ରଧାନମନ୍ତ୍ରୀ ରୁଷର ତୈଳ ଦର କ୍ୟାମ୍ପର ସମର୍ଥନ କରିନଥିବା କାରଣରୁ ସେ ଭାରତକୁ ସ୍ୱାଗତ କରିଛନ୍ତି । ଏହାର ଘୋଷଣା ଡ଼ିସେମ୍ବର ୫ତାରିଖରେ ଜି-୭ ଦେଶ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା କରାଯାଇଥିଲା ।

ଜି୭ ଦେଶ ଏବଂ ସେମାନଙ୍କର ସହଯୋଗୀ ମାନେ ରୁଷିଆର ତୈଳ ଉପରେ ପ୍ରତିବନ୍ଧକ ଲାଗାଇଥିଲେ । ବର୍ତ୍ତମାନ ଏହି ତୈଳଦର ଧାର୍ଯ୍ୟ ନକରିବାକୁ ଭାରତ ଆଦେଶ ଦେଇଛି, ତେଣୁ ଭାରତର ଏହି ନିଷ୍ପତ୍ତିର ସ୍ୱାଗତ କରଛି ରୁଷ । ରୁଷିଆର ଉପମୁଖ୍ୟମନ୍ତ୍ରୀ ଆଲେକ୍ସ ଜାଣ୍ଡାର ନୋଭାକ ତାଙ୍କ ଦେଶରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପବନ କପୁରଙ୍କ ସହ ସାକ୍ଷାତ ସମୟରେ ଏହି ସୂଚନା ଦେଇଛନ୍ତି ।

ରୁଷର ବୈଦେଶିକ ମନ୍ତ୍ରଣାଳୟ ଏହି ବିବୃତ୍ତିରେ କହିଛନ୍ତି ଯେ, ଉପପ୍ରଧାନମନ୍ତ୍ରୀ ରୁଷ ତୈଳ ଉପରେ ମୂଲ୍ୟ କ୍ୟାପ ଲାଗାଇବାକୁ ସମର୍ଥନ ନ କରିବାରୁ ଭାରତର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ଯାହାକି ଡିସେମ୍ବର ୭ତାରିଖରେ ଜି-୭ ଦେଶ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଜି-ଦେଶ ରୁଷରୁ ତୈଳ ଆମଦାନୀ ଉପରେ ମୂଲ୍ୟ ଧାର୍ଯ୍ୟ କରିବାକୁ ରାଜି ହୋଇଥିଲେ ।

ସୂଚନା ଅନୁଯାୟୀ ନିଭାକ କହିଛନ୍ତି ଯେ, ଶକ୍ତି ସଙ୍କଟ ମଧ୍ୟରେ ଶକ୍ତି ସମ୍ବଳ ଯୋଗାଣ ଏବଂ ପୂର୍ବ ଦକ୍ଷିଣ ଦେଶକୁ ଶକ୍ତି ରପ୍ତାନି ପାଇଁ ନିଜର କର୍ତ୍ତବ୍ୟ ଦାୟିତ୍ୱ ସହ ସମ୍ପନ୍ନ କରିଛି । ୨୦୨୨ ବର୍ଷର ପ୍ରଥମ ଆଠ ମାସରେ, ଭାରତକୁ ରୁଷ ତେଲ ଆମଦାନୀ ୧୬.୩୫ ବୃଦ୍ଧି ପାଇଛି । ସୂଚନା ମିଳିଛି ଯେ, ୟୁକ୍ରେନ ଯୁଦ୍ଧ ସତ୍ତେ୍ୱ ଭାରତ ରୁଷରୁ ତେଲ ଆମଦାନି ଜାରି ରଖିଥିଲା । ତେବେ ପୂର୍ବବର୍ଷ ଗ୍ରୀଷ୍ମ ସମୟରେ ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏଥିସହ ରୁଷିଆରେ ତୈଳଜାତ ଦ୍ରବ୍ୟ ଏବଂ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ଘଟିଛି ।

ସୂଚନା ଅନୁଯାୟୀ, ନୋବାକ କହିଛନ୍ତି ଯେ, ରୁଷ ଶକ୍ତି ଯୋଗାଣ ସଂଶୋଧନ ପାଇଁ ନିଜ ଦାୟିତ୍ୱ କୁ କର୍ତ୍ତବ୍ୟ ସହ ପାଳନ କରୁଛି । ଶକ୍ତି ସଂକଟ ମଝିରେ ପୂର୍ବ-ଦକ୍ଷିଣ ଦେଶକୁ ଶକ୍ତି ରପ୍ତାନୀ କରୁଛି । ତେବେ ୨୦୨୨ମସିହାର ପ୍ରଥମ ଆଠ ମାସରେ ଭାରତ ରୁଷରେ ତୈଳ ଦର ବଢି ୧୬.୩୫ ନିୟୁତ ଟନରେ ପହଁଚିଥିଲା । ବିଶେଷ କରି ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷକୁ ତେଲ ଆମଦାନୀ ଜାରି ରଖିଥିଲା ।

Get real time updates directly on you device, subscribe now.