fbpx
BSKY SKY
BSKY SKY

ନାଟୋ ଦେଶମାନଙ୍କୁ ଚରମ ଚେତାବନୀ ଦେଲେ ପୁଟିନ୍, ୟୁକ୍ରେନକୁ ସାହାଯ୍ୟ କଲେ ବର୍ବାଦ କରିଦେବୁ…

BSKY

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ୫୩ ଦିନ ଅତିକ୍ରମ କରି ସାରିଛି । ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ କରାଯାଇଥିବା ନେଇ ଦାବି କରିଛି ଋଷ । ଖାରକିଭ୍‌ ସହର ଉପରେ ବି  ରୁଷର ଆକ୍ରମଣ ଜାରି ରହିଛି । ଏପଟେ ବୁଚା ସହରରେ ପ୍ରକୃତ ମୃତକଙ୍କ ସଂଖ୍ୟା ତାହାର ତଦନ୍ତ କରୁଛନ୍ତି ଫ୍ରାନ୍ସର ୧୮ ଜଣିଆ ଫରେନସିକ ଟିମ୍‌ । ସେପଟେ ୟୁକ୍ରେନର ନେପଚୁନ୍‌ ମିଜାଇଲରେ ଧ୍ୱଂସ ହୋଇଥିବା ଋଷର ପ୍ରମୁଖ ଯୁଦ୍ଧ ଜାହାଜ ମୋସକଭା କୃଷ୍ଣସାଗରରେ ବୁଡ଼ିଯାଇଛି । ଜାହାଜରେ ଥିବା ଶତାଧିକ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା କହିଛି ରୁଷ ।

ଏହାର ମଧ୍ୟରେ ଅନେକ ଦେଶର ହସ୍ତକ୍ଷେପ କରିସାରିଥିଲେ ହେଁ ରୁଷ– ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ନେଉନି । ଜେଲେନସ୍କିଙ୍କୁ ଭେଟିବା ପାଇଁ ଆମେରିକା ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଚିନ୍ତା କରିବାକୁ ପଡୁଛି । ଉଚ୍ଚସ୍ତରୀୟ ଅଧିକାରୀଙ୍କ କିଭ ପଠାଇବାକୁ ଚିନ୍ତା କରୁଛି । ଅପରପକ୍ଷେ ଯୁଦ୍ଧ ୫୦ତମ ଦିନରେ ରାଷ୍ଟ୍ରପତି ପୁଟିନ୍‌ ନାଟୋ ଦେଶମାନଙ୍କୁ ଚରମ ଚେତାବନୀ ଜଣାଇ ଦେଇଛନ୍ତି । ସେ କହିଛନ୍ତି ଯେ, କୌଣସି ନାଟୋ ଦେଶ ହୁଅନ୍ତୁ ବା ଆଉ କୌଣସି ରାଷ୍ଟ୍ର ୟୁକ୍ରେନକୁ ସାହାଯ୍ୟ କରନ୍ତି ତାହାଲେ ତାକୁ ବର୍ବାଦ କରିଦେବୁ । ଏହାସହ ସେ ଦେଶର ଯାନବାହାନ ଓ ଅସ୍ତ୍ରଶସ୍ତ୍ର ସବୁ ନଷ୍ଟ କରିଦେବାକୁ ପୁଟିନ୍‌ ଧମକ ଦେଇଛନ୍ତି ।

Get real time updates directly on you device, subscribe now.