fbpx
BSKY SKY
BSKY SKY

‘Printing Companyରୁ ଚୋରି ହୋଇଛି ପ୍ରଶ୍ନପତ୍ର…’ ମୁଖ୍ୟମନ୍ତ୍ରୀଙ୍କ ରାଡରରେ ନିଯୁକ୍ତି ବୋର୍ଡ ଅଫିସର

BSKY

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ମାମଲା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶ ପୋଲିସ ଭର୍ତ୍ତି ପେପର ଲିକ୍ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଟାର୍ଗେଟ କରିଛନ୍ତି ବିରୋଧୀ । ତେଣୁ ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏଥିରୁ ଜଣାଯାଇଛି ଯେ, ପ୍ରିଣ୍ଟିଙ୍ଗ କମ୍ପାନୀରୁ ହିଁ ପେପର ଲିକ୍ ହୋଇଛି । ଏହି ମାମଲାରେ ପୋଲିସ ଭର୍ତ୍ତି ବୋର୍ଡର ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାପରେ ପରୀକ୍ଷା ମଧ୍ୟ ରଦ୍ଦ କରି ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଫେବୃଆରୀ ୧୭ ଏବଂ ୧୮ ତାରିଖରେ ଆୟୋଜିତ ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ଭର୍ତ୍ତି ପରୀକ୍ଷା ରଦ୍ଦ କରାଯାଉଛି । ଆସନ୍ତା ୬ ମାସ ମଧ୍ୟରେ ପୁଣିଥରେ ପରୀକ୍ଷା ଆୟୋଜନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୟୁପି ପୋଲିସ ତରଫରୁ ବର୍ତ୍ତମାନ ସୁଦ୍ଦା ଆଗାମୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇନାହିଁ । ରାଜ୍ୟ ସରକାର ୟୁପି ପୋଲିସ ପରୀକ୍ଷା ପେପର୍ ଲିକ୍ ମାମଲାର ଯାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଉପରେ ନ୍ୟସ୍ତ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପରୀକ୍ଷା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ସେପଟେ ପରୀକ୍ଷାର ପବିତ୍ରତା ଏବଂ ଯୁବବର୍ଗର ପରିଶ୍ରମ ସହ ଖେଳୁଥିବା ଲୋକମାନଙ୍କୁ କୌଣସି ଉପାୟରେ କ୍ଷମା କରାଯିବ ନାହିଁ । ପେପର ଲିକ୍ ଭଳି ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସୁନିଶ୍ଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୂଚନା ଥାଉ କି, ଗତ ୩ ଦିନ ମଧ୍ୟରେ ମୋଟ ୨୪୪ ଲୋକଙ୍କୁ ଗିରଫ କରି ହେପାଜତକୁ ନେଇଛି ପୋଲିସ । ଫେବୃଆରୀ ୧୫ ତାରିଖରୁ ୧୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏସଟିଏଫ ଗିରଫ କରି ହେପାଜତକୁ ନେଇଥିବା ପୋଲିସ ସୂଚନା ଦେଇଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିରୋଧୀ ଦଳ ଏଥିପାଇଁ ଯାର୍ଗେଟ କରି ବୟାନ ମଧ୍ୟ ଦେବା ଆରମ୍ଭ କରି ଦେଇଛନ୍ତି ।

Get real time updates directly on you device, subscribe now.