Subhadra Yojana Update: ଡେରି ନ କରି ଶୀଘ୍ର ବ୍ୟାଙ୍କ ଯାଇ ଏହାକୁ କରନ୍ତୁ ଆକ୍ଟିଭ୍, ନ ହଲେ ମାର୍ଚ୍ଚ ୮ରେ ଆସିବନି ୧୦ ହଜାର ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ଟଙ୍କା ପାଇ ନ ଥିବା ହିତାଧିକାରୀଙ୍କୁ ପୁଣିଥରେ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ । ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିବାକୁ ପ୍ରଭାତୀ ପରିଡ଼ା ଦେଲେ ପରାମର୍ଶ ।
ଡିବିଟି ଆକ୍ଟିଭ ହୋଇ ନ ଥିଲେ ଶୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯିବନାହିଁ ।
ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ି ହେବ ।
ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ଲୋକ ସୁଭଦ୍ରା ଟଙ୍କା ପାଇଛନ୍ତି ।