fbpx

WTC ଫାଇନାଲ ପୂର୍ବରୁ ବଡ଼ ଝଟକା: ଆହତ ହେଲେ ଆର. ଅଶ୍ୱିନୀ, ଦଳ ପାଇଁ ବଢ଼ିଲା ମୁସ୍କିଲ

Advertisement

ନୂଆଦିଲ୍ଲୀ: ଆସନ୍ତା ମାସ ୭ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ବିଶ୍ୱର କ୍ରୀଡ଼ାପ୍ରେମୀ ଚାହିଁ ରହିଛନ୍ତି । ତେବେ ଫାଇନାଲ ମ୍ୟାଚ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଏହା ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ଚିନ୍ତାଜନକ ଖବର ।

ସୂଚନା ମୁତାବକ, ଟିମ୍ ଇଣ୍ଡିଆର ଫାଇନାଲ ଟିମରେ ଷ୍ଟାର ଅଲରାଉଣ୍ଡର ତଥା ସ୍ପିନର ଆର. ଅଶ୍ୱିନୀ ସ୍ଥାନ ପାଇଥିଲେ । ଏବେ ଅଶ୍ୱିନୀଙ୍କ ସହିତ ଘଟିଯାଇଛି ଏକ ବଡ଼ ଅଘଟଣ । ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଜାରି ରହିଥିବା ବେଳେ ଏହି ଅବସରରେ ଅଶ୍ୱିନୀ ଆହତ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଅଶ୍ୱିନୀ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ପୂର୍ବରୁ ଆହତ ହୋଇଛନ୍ତି ।

ଫଳରେ ଧର୍ମଶାଳାରେ ହୋଇଥିବା ଏହି ମ୍ୟାଚରେ ଅଶ୍ୱିନୀ ଖେଳିପାରି ନଥିଲେ । ଅଶ୍ୱିନୀଙ୍କର ପିଠିରେ କିଛି ସମସ୍ୟା ଦେଖାଦେଇଥିଲା । ଫଳରେ ସେ ଆଇପିଏଲ ମ୍ୟାଚ ଖେଳିପାରି ନଥିଲେ । ଫଳରେ ଦଳ ଶେଷ ସମୟରେ ଆଉ ଜଣେ ପ୍ଲେୟାରକୁ ପ୍ଲେଇଂ-୧୧ରେ ସାମିଲ କରିଥିଲା । ତେବେ ଅଶ୍ୱିନୀ ଅଚାନକ ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ଆସନ୍ତା ୭ ତାରିଖ ପୂର୍ବରୁ ଯଦି ଅଶ୍ୱିନୀ ଫିଟ୍ ହୋଇ ନ ପାରନ୍ତି ତେବେ ଟିମ୍ ଇଣ୍ଡିଆର ମୁସ୍କିଲ ନିଶ୍ଚିତ ଭାବେ ବଢ଼ିଯିବ । ଲଣ୍ଡନର ଓଭାଲଠାରେ ସ୍କିନରଙ୍କୁ ବେଶି ଫାଇଦା ମିଳିବାର ସମ୍ଭାବନା ରହିଥିବାରୁ ଅଶ୍ୱିନୀଙ୍କୁ ନେଇ ଦଳ ଚିନ୍ତାରେ ରହିଛି ।

Get real time updates directly on you device, subscribe now.