ଦେଖନ୍ତୁ (Video) ଭାଙ୍ଗ ଖାଇ ବିଧାନସଭା ଆସୁଛନ୍ତି ମୁଖ୍ୟମନ୍ତ୍ରୀ…ନୀତୀଶଙ୍କୁ କର୍ନ ମନ୍ତ୍ରଣା ଦେଉଥିବା ୫ ଜଣ ହିଁ ତାଙ୍କୁ ଖାଇଯିବେ

ବିହାରରେ ଚାଲିଛି ଗୁଣ୍ଡାରାଜ । ନୀତୀଶଙ୍କ ଭଉଣୀ, ଝିଅ ଉଲଗ୍ନ ହୋଇ ରହୁଥିଲେ!

ପାଟନା: ବିହାର ବିଧାନସଭାରେ ହଙ୍ଗାମା । ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାବଡି ଦେବୀ ହୋଇଛନ୍ତି ମୁହାଁମୁହିଁ । ବିହାର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସଦନରେ ବେଇଜ୍ଜତ କରୁଥିବା କହିଛନ୍ତି ରାବଡ଼ି ଦେବୀ ।

ଗୃହ ତ୍ୟାଗ: ସରକାର ଓ ବିରୋଧୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ବିରୋଧୀ ଦଳ ଶେଷରେ ଗୃହ ତ୍ୟାଗ କରିଦେଇଥିଲେ । ଏହାପରେ ରାବଡି ଦେବୀ ବିଧାନସଭା ବାହାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ରାବଡି ଦେବୀଙ୍କ କଥାରେ ନୀତୀଶ କୁମାର ରାଗିଯାଇ ୨୦୦୫ ମସିହା ପୂର୍ବ ଓ ପର ଯୋଜନାମାନ ଗଣିବା ଆରମ୍ଭ କରିଦେଲେ, ଯେଉଁଥିରେ ରାବଡିଙ୍କ ନେତୃତ୍ୱାଧିନ ବିରୋଧୀ ଦଳ ଗୃହ ତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା ।

ନୀତୀଶଙ୍କୁ ପ୍ରଶ୍ନ: ନୀତୀଶ କୁମାରଙ୍କ ଉଦ୍ଦେଶ୍ୟରେ ରାବଡି କହିଛନ୍ତି, ସେ ଜଣେ ଭାଙ୍ଗୁଆ । ଗୃହକୁ ଭାଙ୍ଗ ପିଇକି ଆସୁଛନ୍ତି । ନୀତୀଶ କୁମାର ମହିଳାଙ୍କୁ ବେଇଜ୍ଜତ କରିବାର କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହୁଛନ୍ତି,୨୦୦୫ ପୂର୍ବରୁ ମହିଳା ପୋଷାକ ପିନ୍ଧୁ ନ ଥିଲେ । ଏହାର ଜବାବରେ ରାବଡି କହିଛନ୍ତି, ନୀତୀଶ କୁମାରଙ୍କ ଘରର ମହିଳା ଭଉଣୀ, ଝିଅ କପଡ଼ା ପିନ୍ଧୁଥିଲେ; କି ଉଲଗ୍ନ ହୋଇ ରହୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାବଡି ଆଉ ମଧ୍ୟ କହିଛନ୍ତି, ବିହାରରେ ଗୁଣ୍ଡାରାଜ ଚାଲିଛି । ନୀତୀଶ କୁମାରଙ୍କ ପଛରେ ୫ ଜଣ ଲୋକ ଲାଗିଛନ୍ତି ଯେଉଁମାନେ ତାଙ୍କୁ କର୍ନ ମନ୍ତ୍ରଣା ଦେଉଛନ୍ତି । ସେହି ୫ ଜଣ ହିଁ ନୀତୀଶଙ୍କୁ ଖାଇ ଯିବେ ।