fbpx

ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂତନ କୁଳପତି ଭାବରେ ନିଯୁକ୍ତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

Advertisement

ଭୁବନେଶ୍ୱର : ଓଡିଶା ୟୁନିଭର୍ସିଟି ଆକ୍ଟ ୧୯୮୯ ର ଧାରା ୬ ର ସବ୍ ସେକ୍ସନ୍ ୭ ରେ ଦିଆ ଯାଇଥିବା କ୍ଷମତା ପ୍ରୟୋଗରେ ମାନ୍ୟବର ରାଜ୍ୟପାଳ ଓଡ଼ିଶା ପ୍ରଫେସର ଗଣେଶ ଲାଲ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କୁ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତି ଦେଇଛନ୍ତି। ଶ୍ରୀଯୁକ୍ତ ପଣ୍ଡା ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଚାରି ବର୍ଷ ପାଇଁ ସେ କାର୍ଯ୍ୟଭାର ସମ୍ଭାଳିବେ। ତେବେ ପରବର୍ତୀ ଅର୍ଡର ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ସମ୍ଭାଳିବେ ।

ପ୍ରଫେସର ପଣ୍ଡା ବର୍ତ୍ତମାନ , ବରୋଦା ର ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଶିକ୍ଷା କ୍ଷେତ୍ରରେ ୨୯ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୪୫ ଟି ପୁସ୍ତକ ରଚନା କରିଛନ୍ତି ଏବଂ ୧୦ ଟି ପିଏଚଡି ବିଦ୍ୟାର୍ଥୀ ଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

 

Get real time updates directly on you device, subscribe now.