fbpx

୮୯ ତମ ଏଟିପି ଟୁର୍ ଟାଇଟଲ୍ ଜିତିଲେ ନାଡାଲ: ୨୧ତମ ଗ୍ରାଣ୍ଡସ୍ଲାମ ଲକ୍ଷ୍ୟ

ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ ନାଡାଲ ଆଉ କୀର୍ତ୍ତିମାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନରେ ଅଂଶଗ୍ରହଣ କରିବାକୁ ଯାଉଥିବା ନାଡାଲ ନିଜ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଲକ୍ଷ୍ୟରେ ରହିଥିବା ବେଳେ ରବିବାର ଆଉ ଏକ ଏଟିପି ଟାଇଟଲ ହାସଲ କରିଛନ୍ତି । ନିଜ କ୍ୟାରିୟରର ୮୯ ତମ ଏଟିପି ମାଷ୍ଟର୍ସ ଟାଇଟଲ୍ ହାସଲ କରିଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲରେ ଆମେରିକାର ମାକ୍ସିମ କ୍ରେସିଙ୍କୁ ପରାସ୍ତା କରିଛନ୍ତି ନାଡାଲ ।

୨୦ ଥର ଗ୍ରାଣ୍ଡସ୍ଲାମ ବିଜୟୀ ନାଡାଲ ରବିବାର ସିଧାସଳଖ ସେଟରେ ୭-୬(୬) ଏବଂ ୬-୩ ସେଟରେ ପରାସ୍ତ କରିଛନ୍ତି । ପାଦ ଆଘାତରୁ ପ୍ରତ୍ୟାବର୍ତ୍ତନ କରିଥିବା ନାଡାଲ ରଡ ଲାଭେର ଆରେନାରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ବିଶ୍ୱ ମାନ୍ୟତାରେ ୬ ନମ୍ବର ସ୍ଥାନରେ ରହିଥିବା ନାଡାଲ ଚାମ୍ପିୟନଙ୍କ ପରି ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟକୁ ଟାଇବ୍ରେକରରେ ଜିତିବା ପରେ ନାଡାଲ ଦ୍ୱିତୀୟ ସେଟରେ ପଛୁଆ ରହିଥିଲେ । ତେବେ କ୍ରମାଗତ ଭଲ ପ୍ରଦର୍ଶନ କରିବା ସହିତ ନିଜର ୮୯ତମ ଏଟିପି ଟାଇଟଲ ଜିତିଥିଲେ ନାଡାଲ ।

Get real time updates directly on you device, subscribe now.