fbpx

ପୁଣି ରାଗିଂ: ଦଶମ ଛାତ୍ରଙ୍କୁ ଉଲଗ୍ନ ସହ ଦୌଡ଼ିରେ ବାନ୍ଧି ମାଡ଼ ଅଭିଯୋଗ, ୮ ଛାତ୍ର ନିଲମ୍ବନ

Advertisement

ସମ୍ବଲପୁର(ଓଡ଼ିଶା ଭାସ୍କର): ରାଗିଂକୁ ନେଇ ପ୍ରଶାସନ କଡ଼ା କଟକଣା କରିଥିବା ସତ୍ତ୍ୱେ ସ୍କୁଲ, କଲେଜମାନଙ୍କରେ ଏହି ଘଟଣାର ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସମ୍ବଲପୁରର ଏକ ଘରୋଇ ଆବାସିକ ସ୍କୁଲରେ ରାଗିଂ ହୋଇଥିବା ମାମଲା ସାମ୍ନାକୁ ଆସିଛି । ସେଠାରେ ଦଶମ ଛାତ୍ରଙ୍କୁ ଉଲଗ୍ନ ସହ ଦୌଡ଼ିରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମାଝୀପାଲି ଘରୋଇ ଆବାସିକ ସ୍କୁଲରେ ଜଣେ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗତ ୧୭ରେ ସହପାଠୀମାନେ ମିଶି ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି । ଏହି ରାଗିଂ ଘଟଣା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିରେ ସମ୍ପୃକ୍ତ ଥିବା ୮ ଛାତ୍ରଙ୍କୁ ନିଲମ୍ବନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପିଟିଥିବା ୨ ଛାତ୍ର ଓ ଉପସ୍ଥିତ ଥିବା ୬ ଛାତ୍ରଙ୍କୁ ବହିଷ୍କାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.