fbpx

ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା, ଉଦୟପୁର ହୋଟେଲରେ ହେବ ସମସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ସାଂସଦ ଆମ ଆଦମୀ ପାର୍ଟୀର ରାଘବ ଚଡ୍ଡା ଏବଂ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଚଳିତ ମାସର ଶେଷ ଆଡ଼କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ସେମାନଙ୍କ ବିବାହ ରାଜସ୍ଥାନର ଉଦୟପୁରରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିବାହରେ ଯୋଗ ଦେବା ପାଇଁ ଆସୁଥିବା ୨୦୦ରୁ ଅଧିକ ସଂପର୍କୀୟ ଲୋକେ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ବିବାହରେ ୫୦ରୁ ଅଧିକ ଭିଭିଆଇପି ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ, ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ସେପ୍ଟେମ୍ବର ମାସର ଶେଷ ଆଡକୁ ରାଜସ୍ଥାନର ଉଦୟପୁରରେ ବିବାହ କରିବେ । ଏନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି । ବିବାହର ସମସ୍ତ କାର୍ଯ୍ୟକ୍ରମ ପାଇଁ ସେଠାରେ କେତେକ ହୋଟେଲ ବୁକିଂ କରାଯାଇଛି । ବିବାହ ପାଇଁ ହଳଦୀ, ମେହେଦୀ ଏବଂ ସଂଗୀତ୍ ସହ ଅନ୍ୟନ୍ୟ ବିବାହର ସମସ୍ତ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ରୁ ବୁକିଂ କରାଯାଇଥିବା ହୋଟେଲରେ ଆରମ୍ଭ ହେବ । ଏହି ବିବାହରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱା, ପଞ୍ଜାବର ସିଏମ ଭଗବତ ମାନ ସମେତ ଅନେକ ଲୋକ ଯୋଗ ଦେବେ । ଏହି ବିବାହରେ ପରିଣୀତି ଚୋପ୍ରାଙ୍କ ସଂପର୍କୀୟ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନସ ମାଧ୍ୟ ସାମିଲ ହେବେ ।

ବିବାହ ପରେ ଦୁହଙ୍କର ରିସେପ୍ସନ ହରିୟାଣାର ଗୁରୁଗାଁରେ ଆୟୋଜନ କରାଯିବ । କୁହାଯାଉଛି ଯେ, ଦୁହିଁଙ୍କ ବିବାହ ପାଇଁ ଲୀଲା ପ୍ୟାଲେସ ଏବଂ ଉଦୟବିଲାସ ବ୍ୟତୀତ ଆଖପାଖ ଅଞ୍ଚଳର ଆଉ ତିନୋଟି ହୋଟେଲ ମଧ୍ୟ ବୁକିଂ କରାଯାଉଛି । ଭିଭିଆଇପି ଲୋକେ ରହିବା ପାଇଁ ନୀରିକ୍ଷଣ କରି ସ୍ୱତନ୍ତ୍ର ହୋଟେଲର ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.