fbpx

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ନେଇ ରାଗିଗଲେ ସୁପର କୁଲ ଅଜିଙ୍କ୍ୟ ରାହାଣେ: କହିଲେ ମୋ କ୍ରେଡିଟ ନେଉଛନ୍ତି ଅନ୍ୟ ଖେଳାଳି

Advertisement

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଅଜିଙ୍କ୍ୟ ରାହାଣେଙ୍କର ମନେ ପଡିଛି ଅଷ୍ଟ୍ରେଲିଆ ସିରିଜ ବିଜୟ ପରର ମୁହୂର୍ତ୍ତ । ଯାହାକୁ ନେଇ ଏବେ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଅଷ୍ଟ୍ରେଲିଆ ସିରିଜ ବିଜୟର ମୁଖ୍ୟ ନାୟକ ସାଜିଥିବା ଅଜିଙ୍କ୍ୟ ରାହାଣେ ଏବେ ସିରିଜକୁ ନେଇ ମୁହଁ ଖୋଲିଛନ୍ତି ।

I took the decisions but someone else took credit' - Ajinkya Rahane on  India's Australia tour triumph

ପ୍ରାୟତଃ ପୂର୍ବ ଅଧିନାୟକ ଧୋନୀଙ୍କ ରାହାଣେ ମଧ୍ୟ ପଡିଆରେ ବହୁତ କୁଲ ରହିଥାନ୍ତି । କିନ୍ତୁ ବର୍ଷେ ତଳେ ଆଡିଲେଡରେ ଟେଷ୍ଟ ବିଜୟ ପରର ଘଟଣାକୁ ନେଇ ରାଗି ଯାଇଛନ୍ତି ପୂର୍ବତନ ଟେଷ୍ଟ ଅଧିନାୟକ ରାହାଣେ । ଅଷ୍ଟ୍ରେଲିଆ ଟେଷ୍ଟରେ ଶତକ ହାସଲ କରିଥିବା ରାହାଣେଙ୍କୁ ସେତେବେଳେ ଯେଉଁମାନେ ହିରୋ ବୋଲି ବିବେଚନା କରୁଥିଲେ ଆଜି ସେମାନେ ତାଙ୍କୁ ଦଳରୁ ବାହାର କରିଦେବା ପାଇଁ ମନ୍ତବ୍ୟ ଦେଉଛନ୍ତି । ଯାହାକୁ ନେଇ ରାହାଣେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଖରାପ ଫର୍ମ ସହ ଲଢୁଥିବା ରାହାଣେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସନ୍ତୋଷଜନକ ସ୍କୋର କରି ପାରିନଥିଲେ । ତେଣୁ ଦଳରୁ ତାଙ୍କୁ ବାଦ ଦିଆଯିବା ପାଇଁ କଥା ଉଠିଛି । ଏପରିକି ତାଙ୍କ ପାଖରୁ ଉପ ଅଧିନାୟକ ପଦ ମଧ୍ୟ ଛଡାଇ ନିଆଯାଇଛି ।

Why Ajinkya Rahane's Hundred is Important With Virat Kohli Set to Miss Tests  vs Australia | Cricket Country

କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବିଜୟରେ ଅଧିନାୟକ ଭାର ସମ୍ଭାଳିଥିଲେ ରାହାଣେ ପ୍ରଥମ ମ୍ୟାଚରେ ପରାଜୟ ପରେ ବ୍ୟକ୍ତିଗତ କାରଣରୁ ସ୍ୱଦେଶ ଫେରି ଆସିଥିଲେ ବିରାଟ କୋହଲି । ତେଣୁ ରାହାଣେ ଦଳର ନେତୃତ୍ୱ ନେଇଥିଲେ । ଏହି ସମୟରେ ମଇଦାନରେ ହେଉ କି ଡ୍ରେସିଂ ରୁମରେ ଅନେକ ନିଷ୍ପତ୍ତି ସେ ନେଇଥିଲେ ଯାହାଦ୍ୱାରା ଭାରତ ସିରିଜ କବଜା କରିଥିଲା । ଏହା ସହିତ ମ୍ୟାଚରେ ଏକ ଦମଦାର ଶତକ ମଧ୍ୟ ହାସଲ କରିଥିଲେ କ୍ୟାପଟେନ ରାହାଣେ । କିନ୍ତୁ ଏହି ସିରିଜ ବିଜୟର ଶ୍ରେୟ ଅନ୍ୟ ଖେଳାଳିଙ୍କୁ ଦିଆଯାଉଛି ବୋଲି କହିଛନ୍ତି ରାହାଣେ । ବିଭିନ୍ନ ପରିସ୍ଥିତିରେ ଦଳକୁ ଜିତାଇବା ସେ ନେଇଥିବା ଅନେକ ନିଷ୍ପତ୍ତି ଦଳକୁ ବିଜୟରେ ଖୁବ ସାହାଯ୍ୟ କରିଥିଲା ବୋଲି ସେ ଦାବି କରିଛନ୍ତି । ଏଥିସହିତ ସେ ନିଜ କ୍ୟାରିୟରକୁ ନେଇ ମଧ୍ୟ ଉଠିଥିବା ପ୍ରଶ୍ନର ଉତ୍ତର ରଖିଥିଲେ । ଏହାର ଉତ୍ତରରେ ସେ କହିଛନ୍ତି ଯେ ଯେଉଁମାନେ କ୍ରିକେଟକୁ ଭଲଭାବେ ବୁଝିଛନ୍ତି କିମ୍ବା ଅନୁଭବ କରିଛନ୍ତି ସେମାନେ ମୋ କ୍ୟାରିୟର ଶେଷ ହୋଇଯିବା କଥା କହିବେ ନାହିଁ । ସଦ୍ୟ ରିପୋର୍ଟ ଅନୁସାରେ ରାହାଣେ ଏବେ ଖରାପ ଫର୍ମରୁ ବାହାରିବା ପାଇଁ ରଣଜୀ ଟ୍ରଫି ଖେଳୁଛନ୍ତି । ଏବଂ ଖୁବ ଶୀଘ୍ର ତାଙ୍କୁ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ‘

Get real time updates directly on you device, subscribe now.