(Video) ଆପଣଙ୍କ ବାହାଘର କେବେ ହେବ ସାର୍? ମେକାନିକଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ ରାହୁଲ ଗାନ୍ଧୀ…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ମୋଷ୍ଟ ଏଲିଜିବୁଲ ବ୍ୟାଚେଲର ରାହୁଲ ଗାନ୍ଧୀଙ୍କୁ ବର୍ତ୍ତମାନ ବିଭିନ୍ନ ରୂପରେ ଦେଖିବାକୁ ମିଳୁଛି । ନିକଟରେ ସେ କରୋଲବାଗର ଏକ ମେକାନିକ ମାର୍କେଟକୁ ଯାଇ ସେମାନଙ୍କ ସହ ବିଭିନ୍ନ ଘଟଣା ଉପରେ ଆଲୋଚନା କରିଥିଲେ । ତେବେ ଏହି ସମୟରେ ଜଣେ ମେକାନିକ ରାହୁଲଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନ ଶୁଣି ରାହୁଲ ଟିକିଏ ଲାଜେଇଯିବା ସହ କିଛି ଏମିତି ଉତ୍ତର ଦେଇଛନ୍ତି । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

କରୋଲବାଗର ଏକ ଗ୍ୟାରେଜରେ ପହଞ୍ଚିଥିଲେ ରାହୁଲ । ସେଠରେ ମେକାନିକ ମାନଙ୍କ ସହିତ ଆଲୋଚନା କରିବା ସହ ବାଇକ ସଜାଡିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ରାହୁଲ ସେଠାରେ ବାଇକ ସଜାଡିବା ବେଳେ ତାଙ୍କୁ ଜଣେ ମେକାନିକ ପ୍ରଶ୍ନ କରିଥିଲେ ଯେ, ସାର୍ ଆପଣଙ୍କ ବିବାହ କେବେ ହେବ? ତେବେ ତାଙ୍କର ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ରାହୁଲ ଟିକିଏ ହସି ଦେଇଥିଲେ । ଏହାପରେ ମେକାନିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ରାହୁଲ ଗାନ୍ଧୀ । ସେ ବିବାହ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ‘ଖୁବଶୀଘ୍ର ହୋଇଯିବ’ ।

ଏହାପରେ ରାହୁଲ ମେକାନିକଙ୍କୁ ମଧ୍ୟ ତାଙ୍କ ବିବାହ ବିଷୟରେ ପଚାରିଥିଲେ । ଯାହାର ଉତ୍ତରରେ ମେକାନିକ କହିଛନ୍ତି ଯେ, ବାପା ଏମେ ଝିଅ ଦେଖିବା ପାଇଁ କହିଛନ୍ତି । ମୋର ପାରିଶ୍ରମିକ ୧୪-୧୫ ହଜାର ଟଙ୍କା ରହିଛି, ଏତିକିରେ ଘର ପରିବାର କେମିତି ଚଳିବ? ଏ ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଥାଉ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ଜାରି ରଖିଛନ୍ତି । ଏଥିରେ ସାଧାରଣ ଲୋକଭ୍କ ପାଖରେ କହଞ୍ଚି ସିଧାସଳଖ ଭେଟିବା ସହ ସେମାନଭ୍କ ସହ ଆଲୋଚନା କରୁଛନ୍ତି ରାହୁଲ ।