fbpx

ଡେଲଟା ଭାରିଆଣ୍ଟର ବୃଦ୍ଧି ପାଉଥିବା ମାମଲାକୁ ନେଇ କେନ୍ଦ୍ରକୁ ରାହୁଲ କଲେ ୩ଟି ପ୍ରଶ୍ନ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମନାକୁ ଆସିଛି । ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ବୃଦ୍ଧି ପାଉଥିବା ଡେଲଟା ପ୍ଲସ୍ ମାମଲାକୁ ଆଧାର କରି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । ଏନେଇ ସେ ଟୁଇଟ୍ କରି ତିନୋଟି ପ୍ରଶ୍ନ ପଚାରିଛନ୍ତି ।

ସେ ଟୁଇଟରେ ଲେଖିଛନ୍ତି ଯେ, “ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ମୋଦୀଙ୍କୁ ପ୍ରଶ୍ନ- ଏହାର ଯାଞ୍ଚ ଓ ସଂକ୍ରମଣ ରୋକିବା ପାଇଁ ବଡ ସ୍ତରରେ ଟେଷ୍ଟିଂ କାହିଁକି କରାଯାଉନାହିଁ? ଟିକା ଏହା ଉପରେ କେତେ ପ୍ରଭାବଶାଳୀ ତାର ସମ୍ପୂର୍ଣ୍ଣ ବିବରଣୀ କେବେ ମିଳିବ? ତୃତୀୟ ଲହରକୁ ରୋକିବାକୁ କଣ ଯୋଜନା କରାଯାଇଛି?” । ସୂଚନାଯୋଗ୍ୟ, ଅନେକ ବିଶେଷଜ୍ଞ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆଉ କହିଛନ୍ତି ଯେ, ଏହା ତୃତୀୟ ଲହରର କାରଣ ହେବାର ଆଶଙ୍କା ରହିଛି । ତେବେ ଏହାକୁ ନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବି ଚିନ୍ତାଜନକ ବୋଲି କୁହାଯାଇଛି ।

Get real time updates directly on you device, subscribe now.