fbpx

ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ ହେଲେ ରାହୁଲ ଦ୍ରାବିଡ଼

Advertisement

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରାଯାଇଛି । ବିସିସିଆଇ ପକ୍ଷରୁ ବୁଧବାର ଦ୍ରାବିଡଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବରୁ ଦ୍ରାବିଡଙ୍କୁ ବରିଷ୍ଠ ଦଳର ଦାୟିତ୍ୱ ପ୍ରଦାନ ନେଇ ଚର୍ଚ୍ଚା ହୋଇଥିଲା । ଭାରତୀୟ ଦଳର କୋଚ ହେବା ପୂର୍ବର ଦ୍ରାବିଡ ୧୯ ବର୍ଷରୁ କମ ଭାରତୀୟ ଦଳ, ଇଣ୍ଡିଆ ଏ ଏବଂ ଏନସିଏର ମୁଖ୍ୟ ଭାବରେ କାମ କରି ସାରିଛନ୍ତି । ଭାରତୀୟ ଦଳର କୋଚ ଭାବରେ ଦ୍ରାବିଡଙ୍କୁ ସ୍ୱାଗତ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । କୋଚ ଭାବରେ ନ୍ୟୁଜିଲାଣ୍ଡ ସିରିଜ ତାଙ୍କର ପ୍ରଥମ ସିରିଜ ହେବ ବୋଲି କୁହାଯାଇଛି ।

ଦ୍ରାବିଡ ଭାରତ ପାଇଁ ଟେଷ୍ଟ ଓ ଦିନିକିଆରେ ୧୦ ହଜାର ରନ ପୂରଣ କରିଛନ୍ତି । ଦ ୱାଲ ନାମରେ ପରିଚିତ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ ବିଦେଶରେ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ ମାନେ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.