fbpx

ରୁୁଷ ୟୁକ୍ରେନ୍ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, କହିଲେ କଂଗ୍ରେସର ବି ସମାନ ନୀତି ରହିଥାନ୍ତା

Advertisement

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବେ । କଥାଟା କେମିତି ଖଟକା ଲାଗୁଛି । ନିକଟରେ ମାନହାନି ମାମଲାରେ କେନ୍ଦ୍ର ସରକାର ରାହୁଲଙ୍କୁ ଲୋକସଭାର ସଦସ୍ୟ ପଦରୁ ବହିଷ୍କାର କରିବା ତାଙ୍କ ଲାଗି ସବୁଠାରୁ ବଡ ସଜା ଥିଲା ବୋଲି ରାହୁଲ ଆମେରିକାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ । ଆଉ ଏବେ ରାହୁଲଙ୍କ ମୁହଁରେ କେନ୍ଦ୍ର ସରକାର ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା । ତେବେ ଏହା କିନ୍ତୁ ସତ । ଋୁଷ ୟୁକ୍ରେନ୍ ଯୁଦ୍ଧରେ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟକୁ ରାହୁଲ ଗାନ୍ଧୀ ପ୍ରଶଂସା କରି କହିଛନ୍ତି ସେ ମଧ୍ୟ ଏହିି ପ୍ରସଙ୍ଗରେ ସମପ୍ରକାରର ପ୍ରତିକ୍ରିୟା ରଖିଥାନ୍ତେ । ୱାଶିଂଟନ୍ ରେ ନେସନାଲ୍ ପ୍ରେସ୍ କ୍ଲବରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ରାହୁଲ କହିଛନ୍ତି, ରୁଷ ସହିତ ଆମର ସମ୍ବନ୍ଧ ରହିଛି । ଆମେ ରୁଷ ଉପରେ ନିର୍ଭର କରୁଛୁ । ଏଣୁ ଏ କ୍ଷେତ୍ରରେ ମୁଁ ଭାରତ ସରକାରଙ୍କ ସମାନ ଆଭିମୁଖ୍ୟ ହିଁ ରଖିବି । ଆମକୁ ବି ନିଜ ହିତ ବିଷୟରେ ଭାବିବାକୁ ହେବ ।

ଫେବୃୟାରୀ ୨୦୨୨ରୁ ରୁଷର ୟୁକ୍ରେନ୍ ସହିତ ସଂଘର୍ଷକୁ ଦୃଷ୍ଟିରେ ରଖି କଂଗ୍ରେସ ରୁଷ ସହିତ ଭାରତର ଦ୍ୱିପାକ୍ଷୀୟ ସମ୍ବନ୍ଧକୁ କିପରି ଆକଳନ କରିବ ଏହି ପ୍ରଶ୍ନର ଜବାବ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଟିପ୍ପଣୀ ଦେଇଛନ୍ତି । ରାହୁଲ ଏ କଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଭାରତ ଓ ଆମରିକା ମଧ୍ୟରେ ସମ୍ବନ୍ଧ ମହତ୍ତ୍ୱପୂର୍ଣ୍ଣ । ସେ କହିଛନ୍ତି ପ୍ରତିରକ୍ଷା ସମ୍ବନ୍ଧ ରହିବା ଜରୁରୀ । କିନ୍ତୁ ଅନ୍ୟ କ୍ଷେତ୍ର ଉପରେ ବି ଆମେ ବିଚାର କରିବା  ଉଚିତ ବୋଲି ସେ କହିଛନ୍ତି । ଆଲୋଚନା ସମୟରେ ରାହୁଲ ଭାରତରେ ପ୍ରେସ୍ ଓ ଧାର୍ମିକ ସ୍ୱତନ୍ତ୍ରତା, ଲଘୁ ସଂପ୍ରଦାୟଙ୍କ ସାମ୍ନାରେ ଆସୁଥିବା ବିଭିନ୍ନ ପ୍ରସଙ୍ଗ ଏବଂ ଅର୍ଥବ୍ୟବସ୍ଥା ସ୍ଥିତି ସହିତ ଏକାଧିକ ପ୍ରଶ୍ନର ଉତ୍ତର ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି ମୋତେ ଲାଗୁଛି ଯେ, କଂଗ୍ରେସ ପାର୍ଟି ଆଗାମୀ ୨ ବର୍ଷ ମଧ୍ୟରେ ବହୁତ ଭଲ କରିବ । ରାହୁଲ ଏହି କ୍ରମରେ କର୍ଣ୍ଣାଟକ ନିର୍ବାଚନକୁ ଇଙ୍ଗିତ କରିଥିଲେ । ସେ କହିଥିଲେ ଆଗାମୀ ୨/୪ ରାଜ୍ୟ ନିର୍ବାଚନରେ ଏହି ସଂକେତ ମିଳିଯିବ । ସେ ଆହୁରି କହିଥିଲେ ଦେଶରେ ବିପକ୍ଷ ଦଳ ବେଶ୍ ଭଲ ଭାବରେ ମିଳିମିଶି କାମ କରୁଛନ୍ତି । ଆମେ ସମସ୍ତ ବିରୋଧି ଦଳ ସହ କଥାବାର୍ତ୍ତା ଜାରି ରଖିଛୁ । ମୋତେ ଲାଗୁଛି, ଆଗାମୀ ନିର୍ବାଚନରେ କେନ୍ଦ୍ରରେ ବିଜେପି ବିରୁଦ୍ଧରେ ମହାଗଠବନ୍ଧନ ହେବ ।

 

Get real time updates directly on you device, subscribe now.