fbpx

ଆମେରିକାରେ ଟ୍ରକ ଯାତ୍ରା, କଥାବାର୍ତ୍ତା ସମୟରେ ଟ୍ରକ ଡ୍ରାଇଭରଙ୍କ ମାସିକ ଆୟ ଶୁଣି ଚମକି ପଡିଲେ ରାହୁଲ ଗାନ୍ଧୀ

Advertisement

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ନିକଟରେ ସେ ଏକ ଟ୍ରକରେ ୱାଶିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଛନ୍ତି । ଏହି ସମୟରେ ସେ ଟ୍ରକର ଡ୍ରାଇଭର ତେଜିନ୍ଦର ଗିଲ୍ ଙ୍କ ସହ କିଛି ସମୟ ଆଳାପ ଆଲୋଚନା କରିଛନ୍ତି । ରାହୁଲ ଏହି କଥାବାର୍ତ୍ତା ସମୟର ଭିଡିଓ ବି ସେୟାର କରିଛନ୍ତି । ଏହି ସମୟରେ ରାହୁଲ ଟ୍ରକ ଡାଇଭରଙ୍କୁ ତାଙ୍କର ମାସକର ରୋଜଗାର କେତେ ବୋଲି ପଚାରିଛନ୍ତି । ଯେତେବେଳେ ଡ୍ରାଇଭର ତେଜିନ୍ଦର ଗିଲ୍ ନିଜର ମାସିକ ରୋଜଗାର ବିଷୟରେ କହିଛନ୍ତି ସେତେବେଳେ ରାହୁଲ ଗାନ୍ଧୀ ଏହା ଶୁଣି ଚମକି ଉଠିଛନ୍ତି ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ପଞ୍ଜାବରେ ବି ଟ୍ରକ ଯାତ୍ରା କରିଥିଲେ । ସେହି ସମୟରେ ସେ ଅମୃତସରରେ ଟ୍ରକ ଡ୍ରାଇଭରଙ୍କ ସହ ଆଲୋଚନା କରି ତାଙ୍କର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏବେ ସେ ଆମେରିକାରେ ଟ୍ରକରେ ଯାତ୍ରା କରୁଥିବା ନଜର ଆସିଛନ୍ତି । ସେ ଟ୍ରକ ଡ୍ରାଇଭରଙ୍କ ପାଖ ସିଟ୍ରେ ବସି ଯାତ୍ରା କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ରାହୁଲ କହିଛନ୍ତି ଆମେରିକାର ଟ୍ରକ ଭାରତ ଠାରୁ ବହୁତ ଆରାମଦାୟକ । ଏହା ଡ୍ରାଇଭରର ସୁବିଧାକୁ ଦେଖି ତିଆରି କରାଯାଇଛି । ଭାରତରେ ଯେଉଁ ଟ୍ରକ ସବୁ ରହିଛି ସେଠି ଡ୍ରାଇଭରର ସୁବିଧାକୁ ଦୃଷ୍ଟିରେ ରଖାଯାଉନାହିଁ ।

ଡ୍ରାଇଭର ତେଜିନ୍ଦର ରାହୁଲଙ୍କୁ କହିଛନ୍ତି ଏଠାରେ ଟ୍ରକରେ ସେଫ୍ଟୀ ବହୁତ ରହିଛି । ଏଠାରେ କୌଣସି ପୋଲିସବାଲା ଆମକୁ ହଇରାଣ କରନ୍ତି ନାହିଁ । ଚୋରୀର ଭୟ ବି ନାହିଁ । କିନ୍ତୁ ଟ୍ରକର ସ୍ପିଡ୍ ଅଧିକ ରହିଲେ ଚାଲାଣ ନିଶ୍ଚୟ କଟିଥାଏ ।
ଏହାପରେ ରାହୁଲ ତାଙ୍କୁ ପଚାରିଥିଲେ ତୁମେ ମାସକୁ କେତେ ଆୟ କରୁଛ । ତେଜିନ୍ଦର କହିଥିଲେ ଏଠି ଜଣେ ଟ୍ରକ ଡ୍ରାଇଭର ଆରାମରେ ମାସକୁ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବ । ଅନ୍ୟପକ୍ଷରେ ଜଣେ ଟ୍ରକ ବାଲା ଆରାମରେ ମାସକୁ ୮ ଲକ୍ଷ ରୋଜଗାର କରିପାରିବ । ଏହା ଶୁଣିବା ପରେ ରାହୁଲ ଗାନ୍ଧୀ ଚମକି ପଡିଥିଲେ । ଏହାପରେ ତେଜିନ୍ଦର କହିଥିଲେ ଏହି ଇଣ୍ଡଷ୍ଟ୍ରୀରେ ଭଲ ପଇସା ରହିଛି । ଯେଉଁମାନଙ୍କ ପାଖରେ ସଞ୍ଚୟ କରିବାକୁ ଅର୍ଥ ନାହିଁ ସେମାନଙ୍କ ଲାଗି ଏହା ଏକ ଭଲ ବିକଳ୍ପ ।

Get real time updates directly on you device, subscribe now.