fbpx

କୁଲି ଡ୍ରେସରେ ନଜର ଆସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁବେଳେ ତାଙ୍କର ବିଭିନ୍ନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । କୁଲି ଡ୍ରେସରେ ନଜର ଆସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। କୁଲି ୟୁନିଫର୍ମ ପିନ୍ଧିବା ସହ ରାହୁଲଙ୍କ କାନ୍ଧରେ କୁଲି ବ୍ୟାଜ୍ ଥିଲା । ଷ୍ଟେସନରେ ଯାତ୍ରୀଙ୍କ ଆଟାଜି ବୋହୁଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି । ସୂଚନା ଅନୁସାରେ, ସାଂସଦ ରାହୁଲ ଗାନ୍ଧି ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ କୁଲିମାନଙ୍କୁ ଭେଟିଛନ୍ତି। ସେ କୁଲି ମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ସେମାନଙ୍କର ସମସ୍ୟା ଓ ଦାବି ବିଷୟରେ ରାହୁଲ ଶୁଣିଥିଲେ। ଏପରିକି ସେମାନଙ୍କ ଭଲ ମନ୍ଦ କଥା ମଧ୍ୟ ପଚାରି ବୁଝିଥିଲେ। ଶେଷରେ ସେ କୁଲିଙ୍କ ଭଳି ନାଲି ଶାର୍ଟ ଓ କଳା ବ୍ୟାଚ୍‌ ପିନ୍ଧି ଗୋଟିଏ ସୁଟକେସକୁ ମୁଣ୍ଡରେ ରଖି ବେଶ କିଛି ବାଟ ଚାଲିଥିଲେ।

ଏଠାରେ ଆମେ କହିରଖୁଛୁ କି, ସେ ହଠାତ୍ ଲୋକଙ୍କ ଗହଣରେ ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ମାସରେ ରାହୁଲ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡି ପରିଦର୍ଶନ କରି ସେଠାରେ ବେପାରୀଙ୍କ ସହ ଦରଦାମ୍ ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏବେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ । ତାଙ୍କର ଏଭଳି ବେଶକୁ ନେଇ ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଯୋର ଧରିଛି ।

 

 

Get real time updates directly on you device, subscribe now.