fbpx

(Video) ଦୁଇଜଣ ରାହୁଲଙ୍କୁ ଦେଖି ଜନତା ବନିଲେ ବୋକା, ଡୁପ୍ଲିକେଟ ରାହୁଲ ଭାରତ ଯୋଡ଼ୋ ଯାତ୍ରାରେ ହେଲେ ସାମିଲ!

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଯମଜ ସନ୍ତାନଙ୍କୁ ନେଇ ଆମେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଥାଉ । ଜାଁଆଳା ପୁଅ ହୁଅନ୍ତୁ କି ଝିଅ ସେମାନଙ୍କୁ ପ୍ରଥମ ଥର ଦେଖିବା ପରେ ଯେ କେହି ବି ବୋକା ବନିବା ସ୍ୱାଭାବିକ । ତେବେ ନିକଟରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ସହ । ରାହୁଲଙ୍କ ପରି ଅବିକଳ ଚେହେରାଧାରୀ ଜଣେ ଯୁବକ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇ ଦର୍ଶକଙ୍କୁ ବୋକା ବନାଇ ଦେଇଛନ୍ତି ।

ତେବେ ଭାରତ ଯୋଡ଼ୋ ଯାତ୍ରାରେ ଯୋଡ଼ି ହୋଇଥିବା ରାହୁଲଙ୍କ ଜେରକ୍ସ କପି ଯୁବକ ଏବେ ସୋସିଆଲ ମିଡ଼ିଆରେ ଖୁସି ବାଣ୍ଟୁଛନ୍ତି । ଉକ୍ତ ଯୁବକଙ୍କ ନାମ ହେଉଛି ଫୈସଲ ଚୌଧରୀ ଓ ସେ ରାହୁଲଙ୍କ ପରି ଟି-ଶାର୍ଟ ପିନ୍ଧିବା ସହ ଅଳ୍ପ ଦାଢ଼ି ରଖିଛନ୍ତି । ଫୈସଲଙ୍କୁ ଯିଏ ଦେଖୁଛି କହୁଛି, ଦୁଇଜଣ ରାହୁଲ କୁଆଡ଼ୁ ଆସିଲେ? ଉତ୍ତପ୍ରଦେଶର ବାଗପତ ରାସ୍ତାରେ ମେରଠ ଆଡ଼କୁ ଯାତ୍ରା ସମୟରେ ଏହି ଡୁପ୍ଲିକେଟ ରାହୁଲଙ୍କୁ ଦେଖିବାକୁ ମିଳିଥିଲା ।

ତେବେ ରାହୁଲଙ୍କ ପରି ଏକା ପରି ଦେଖାଯାଉ ଥିବାରୁ କିପରି ଲାଗୁଛି ବୋଲି ଫୈସଲଙ୍କୁ ପ୍ରଶ୍ନ କରାଯାଇଥିଲା । ତାଙ୍କୁ ଏହା ଖୁବ୍ ଭଲ ଲାଗୁଥିବା ଉତ୍ତର ଦେଇଥିଲେ ଫୈସଲ । ସେ ରାହୁଲଙ୍କ ପାର୍ଟିର ସେ ଜଣେ କାର୍ଯ୍ୟକର୍ତ୍ତା । ଏହା ତାଙ୍କ ପାଇଁ ଏକ ବଡ଼ କଥା ବୋଲି ସେ କହିଥିଲେ । ଗତ ୪ ଓ ୫ ତାରିଖରେ ଫୈସଲ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ସହିତ ପଦଯାତ୍ରା କରିଥିଲେ । ହିଂସା ବିରୋଧରେ ଏହି ଯାତ୍ରା କରାଯାଉଥିବାରୁ ଏହା ଲୋକଙ୍କ ନିକଟରେ ଏକ ଭଲ ବାର୍ତ୍ତା ପହଞ୍ଚାଇବ । ଏଥିରେ ବେରୋଜଗାରୀ, କୃଷକଙ୍କ ପ୍ରସଙ୍ଗ ଉଠାଯାଇଛି, ଯାହାକି ଭଲ କଥା ବୋଲି ସେ କହିଥିଲେ ।

Get real time updates directly on you device, subscribe now.