ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
ରାହୁଲଙ୍କ ଫଟୋକୁ କ୍ଷୀରରେ ଗାଧୋଇ ଦେଉଛନ୍ତି କଂଗ୍ରେସ କର୍ମୀ । ୧୧ଟାବେଳେ ରାହୁଲ ଗାନ୍ଧୀ ବିଜୁ ପଟନାୟକ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
୧୨ଟାବେଳେ ବରମୁଣ୍ଡା ପଡ଼ିଆରେ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ୩ଟାବେଳେ ୨ଟି କୃଷକ ସଙ୍ଗଠନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସନ୍ଧ୍ୟା ୫ଟାବେଳେ ରାହୁଲ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ । ରାହୁଲଙ୍କ ଗସ୍ତକୁ ନେଇ ଓଡ଼ିଶାରେ ତାଙ୍କ ସ୍ୱାଗତ ଲାଗି ଭବ୍ୟ ଆୟୋଜନ କରାଯାଇଛି ।
ରାହୁଲଙ୍କ ପାଇଁ ନେତା, କର୍ମୀ ସମସ୍ତେ ଉତ୍ସାହିତ ଥିବାବେଳେ ବରମୁଣ୍ଡା ପଡ଼ିଆରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ୫୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ରାହୁଲଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।