fbpx

ରାହୁଲଙ୍କୁ ବଡ଼ ଝଟକା: ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ମୋଦୀ ସରରେନମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ଼ ଝଟକା । ରାହୁଲଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସୁରତ କୋର୍ଟଙ୍କ ନିଷ୍ପତ୍ତିର ପୁନଃବିଚାର ପାଇଁ ରାହୁଲ ଆବେଦନ କରିଥିଲେ । ତଳ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍ ରଖିଛନ୍ତି । ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ନ ମିଳିବା ଫଳରେ ଏବେ ତାଙ୍କର ସଜ୍ଜା ବଳବତ୍ତର ରହିବ ।

୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିରେ ମୋଦୀ ସରନେମକୁ ନେଇ ରାହୁଲ ଏକ ବିବାଦୀୟ ବୟାନ ଦେଇଥିଲେ । ଉକ୍ତ ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ । ୪ ବର୍ଷ ପରେ ଗତ ମାର୍ଚ୍ଚ ୨୩ରେ ସୂରତର ତଳ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ।

ରାହୁଲଙ୍କ ଯାଚିକା ଖାରଜ କରିବା ଅବସରରେ ହାଇକୋର୍ଟର ଜଜ ଜଷ୍ଟିସ ହେମନ୍ତ ପୁଚ୍ଛକ କହିଥିଲେ, ଏହି ଆବେଦନ ଅସ୍ତିତ୍ୱବିହୀନ ଅଟେ । ତଳ କୋର୍ଟଙ୍କ ଦୋଷସିଦ୍ଧିର ନିଷ୍ପତ୍ତି ଉପରେ ରୋକ ଲଗାଇବା ନେଇ କୌଣସି ନିୟମ ନାହିଁ । ହାଇକୋର୍ଟରୁ ନିରାଶ ହେବା ପରେ ଏବେ ରାହୁଲଙ୍କ ନିକଟରେ ସୁପ୍ରିମକୋର୍ଟଙ୍କ ବିକଳ୍ପ ରହିଛି । ସୁପ୍ରିମକୋର୍ଟ ଯଦି ରାହୁଲଙ୍କ ଜେଲଦଣ୍ଡ ଉପରେ ରୋକ ଲଗାଇବେ, ତେବେ ତାଙ୍କର ସଦସ୍ୟତା ସେ ପୁଣି ଥରେ ଫେରି ପାଇବେ । ଗତ ମାର୍ଚ୍ଚ ୨୪ରେ ରାହୁଲ ନିଜର ଲୋକସଭା ସାଂସଦ ପଦ ହରାଇଥିଲେ । ୨ ବର୍ଷ ବା ତା’ଠାରୁ ଅଧିକ ସମୟ ପାଇଁ ଦଣ୍ଡିତ ହେଲେ ଜଣେ ରାଜନେତା ସଂସଦ ଓ ବିଧାନସଭାର ସଭ୍ୟ ପଦ ହରାଇବାର ନିୟମ ରହିଛି ।

Get real time updates directly on you device, subscribe now.