fbpx

ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ମିଳିଲା ମଞ୍ଜୁରୀ

Advertisement

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଲୋକସଭା ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ଉତ୍ତରପ୍ରଦେଶର ରାଏବରେଲି ଓ କେରଳ ୱାୟନାଡ ଆସନ ମଧ୍ୟରୁ କେଉଁଟିକୁ ରାହୁଲ ନିଜ ପାଖରେ ରଖିବେ ଓ କେଉଁଟା ଛାଡ଼ିବେ ସେନେଇ ଗତ କିଛି ଦିନ ହେଲା ବେଶ୍ ଚର୍ଚ୍ଚା ଜାରି ରହିଥିଲା । ତେବେ ଏହା ମଧ୍ୟରେ ଆଜି ରାହୁଲ ୱାୟନାଡ ଆସନରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇଥିବା ଏକ ସୂତ୍ରରୁ ଜଣାପଡ଼ିଥିଲା । ୱାୟନାଡ ଆସନରୁ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢ଼ିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା ।

ତେବେ ଏହା ମଧ୍ୟରେ ରାହୁଲଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତିଙ୍କ କାର୍ଯ୍ୟାଳୟ ଦ୍ୱାରା ମଞ୍ଜୁରୀ ହୋଇଥିବା ଜଣାପଡ଼ିଛି । ଏବେ ୱାୟନାଡ ଆସନ ସାଂସଦ ଶୂନ୍ୟ ହୋଇଯାଇଥିବା ବେଳେ ଏହି ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଲଢ଼ିବେ । ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଦୁଇଟି ଆସନରୁ ଜିତିଥିବା ବେଳେ ନିର୍ବାଚନ ଫଳାଫଳ ପ୍ରକାଶର ୧୪ ଦିନ ମଧ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଯେ କୌଣସି ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥାଏ । ତେଣୁ ନିୟମ ଅନୁସାରେ ଆଜି ରାହୁଲ ୱାୟନାଡ ଆସନରୁ ଇସ୍ତଫା ଦେଇଥିବା ବେଳେ ତାଙ୍କର ଇସ୍ତଫ ଗ୍ରହଣ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.