fbpx

କେରଳର ୱାଏନାଡୁରୁ ନିର୍ବାଚନ ଲଢ଼ିବେ ରାହୁଲ, ବାରଣାସୀରୁ ମୋଦୀ

Advertisement

ଓଡ଼ିଶା ଭାସ୍କର: ବିଜେପି ପରେ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାଏନାଡୁରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଛି। ତେବେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରଣାସୀରୁ ନିର୍ବାଚନ ଲଢ଼ୁଥିବା ବେଳେ ରାହୁଲ କେରଳରୁ ନିର୍ବାଚନ ଲଢ଼ୁଥିବା ଦେଖିବାକୁ ମିଳିଛି। ସେପଟେ ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣଙ୍କ ନାମ ଘୋଷଣ କରିଥିବା ବେଳେ କଂଗ୍ରେସ ଆଜି ୩୯ ଜଣଙ୍କ ନାମ ଘୋଷଣା କରିଛି।

ସୂଚନା ଥାଉକି, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା। କିନ୍ତୁ ଦଳର ଘୋଷଣା ଅନୁସାରେ ଏଥର ଅର୍ଥାତ ୨୦୨୪ରେ ରାହୁଲ କେରଳ ୱାୟନାଡରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରାଯାଇଛି। ମାତ୍ର ସେ ଏଥର କେବଳ ୱାୟନାଡରୁ ଲଢ଼ିବେ ନା ଆମେଠରୁ ବି ପ୍ରାର୍ଥୀ ହେବେ, ସେକଥା ସ୍ପଷ୍ଟ ହୋଇନି। କାରଣ କଂଗ୍ରେସ ପ୍ରଥମ ପର୍ୟ୍ୟାୟରେ ଉତ୍ତର ପ୍ରଦେଶର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ।

ଏଠାରେ କହି ରଖୁ ଯେ, କଂଗ୍ରେସ ଆଜି ପ୍ରଥମ ପର୍ୟ୍ୟାୟ ମାତ୍ର ୮ଟି ରାଜ୍ୟର ୩୯ ଜଣ ପ୍ରାର୍ଥୀଙ୍କୁ ତାଲିକାରେ ସାମିଲ କରିଛି। ଏହି ୮ ରାଜ୍ୟ ମଧ୍ୟରେ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମେଘାଳୟ, ନାଗାଲାଣ୍ଡ, ତେଲେଙ୍ଗାନା, ସିକ୍କିମ ଓ ତ୍ରିପୁରା ରହିଛି । କେରଳରୁ ସର୍ବାଧିକ ୧୫ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ କର୍ଣ୍ଣାଟକରୁ ୮, ଛତିଶଗଡ଼ରୁ ୬, ତେଲେଙ୍ଗାନାରୁ ୫, ମେଘାଳୟ ୨, ସିକ୍କିମ, ନାଗାଲାଣ୍ଡ ଓ ତ୍ରିପୁରାରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ପ୍ରକାଶ ପାଇଥିବା ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

Get real time updates directly on you device, subscribe now.