‘ଦେଶକୁ ବିକ୍ରି କରନି…’, ଗୋଲାପ ଏବଂ ତ୍ରିରଙ୍ଗା ଦେଇ ନିଆରା ଢଙ୍ଗରେ ବିରୋଧ କଲେ ରାହୁଲ ଗାନ୍ଧୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦ ପରିସରରେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆମେରିକାରେ ଆଦାନୀଙ୍କ ବିରୋଧରେ କେନ୍ଦ୍ର ସରକାର ଲାଞ୍ଚ ଅଭିଯୋଗ ଉପରେ ଆଲୋଚନାକୁ ଏଡ଼ାଇଥିବା ଅଭିଯୋଗକୁ ଭିତ୍ତି କରି ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

କଂଗ୍ରେସ ସାଂସଦ ଇମରାନ ପ୍ରତାପଗଢ଼ିଙ୍କ କହିବାନୁଯାୟୀ ଆମେ ଗାନ୍ଧୀଜୀଙ୍କ ପଥ ଅନୁସରଣ କରି ସଂସଦର ଶାସକ ଦଳ ସାଂସଦଙ୍କୁ ଗୋଲାପ ଏବଂ ତ୍ରିରଙ୍ଗା ଦେଇ ଆଦାନୀଙ୍କ ହାତରେ ଦେଶକୁ ବିକ୍ରି ନ କରିବା ପାଇଁ ଅପିଲ କରୁଛୁ । ସେ କହିଛନ୍ତି, ‘ବର୍ତ୍ତମାନର ସରକାର ସଂସଦ କାର୍ଯ୍ୟ ନ କରାଇଦେବାକୁ ଶପଥ ନେଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ କ୍ରମାଗତ ଭାବେ ଗୃହ କାର୍ଯ୍ୟ କରିବା ଏବଂ ଆଦାନୀ ଲୁଟ୍ ଉପରେ ଆଲୋଚନା କରିବା ପାଇଁ ଅପିଲ କରୁଛି । କିନ୍ତୁ ସରକାର ଆଦାନୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଯଥାସମ୍ଭବ ଚେଷ୍ଟା କରୁଛି ।’