fbpx

ଆଉ କିଛି ସମୟ ପରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ମୋଦୀ; ଲୋକସଭାରେ କଣ କହିବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା

ଓଡିଶା ଭାସ୍କର; ଗତ କିଛିଦିନ ହେବ ଜାତୀୟ ରାଜନୀତିକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏକ ପ୍ରକାରର ମୁହାଁମୁହିଁ ପରିସ୍ଥିତି ସାମ୍ନାକୁ ଆସିଛି । କେନ୍ଦ୍ର ସରକାରଙ୍କ ସମସ୍ତ ବିରୋଧୀ ନେତାମାନେ ଏକାକାର ହୋଇ ଲଢେଇ କରିବାରେ ଲାଗିଛନ୍ତି । ଦିଲ୍ଲୀ ସର୍ଭିସ ରୁଲ ପ୍ରସଙ୍ଗରେ ଲୋକସଭାରେ ମୁକାବିଲା ଦେଖିବାକୁ ମିଳିଥିବା ବେଳେ ଏବେ ମୋଦୀ ସରକାରଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ମୁକାବିଲା ଦେଖାଦେଇଛି । ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ବିତର୍କ । ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଣିପୁର ହିଂସା ଘଟଣାରେ ବିଜେପିକୁ କଡା ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଥିଲେ ଅନେକ ପ୍ରଶ୍ନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହରେ ଏପ୍ରସଙ୍ଗରେ ବିବୃତି ରଖିବେ ।

ଆଜି ଦିନ ୪ଟାରେ ପ୍ରଧାନମନ୍ତ୍ରୀ ଲୋକସଭାରେ ବିବୃତି ରଖିବା ନେଇ ପିଏମ୍ଓ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗୃହରେ କ’ଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଆଜି ଲୋକସଭାରେ ରାହୁଲଙ୍କ ପ୍ରଶ୍ନ ବନାମ ମୋଦୀଙ୍କ ଉତ୍ତରକୁ ନେଇ ସାରା ଦେଶରେ ଚର୍ଚ୍ଚା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.