fbpx
BSKY SKY
BSKY SKY

ସଂସଦର ସୁରକ୍ଷା ତ୍ରୁଟି; ବେକାରି ଓ ଦରଦାମ ବୃଦ୍ଧି କାରଣ ବୋଲି କହିଲେ ରାହୁଲ

BSKY

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି, ସେ କହିଛନ୍ତି ଯେ ଏହା ପଛର କାରଣ ହେଉଛି ବେକାରି ଓ ଦରଦାମ ବୃଦ୍ଧି। ସୁରକ୍ଷାରେ ତ୍ରୁଟି ହୋଇଛି, କିନ୍ତୁ ଏପରି କାହିଁକି ହେଲା ? ସବୁଠାରୁ ବଡ଼ ସମସ୍ୟା ହେଉଛି ବେରୋଜଗାରୀ ସମସ୍ୟା, ଯାହା ବର୍ତ୍ତମାନ ସମଗ୍ର ଦେଶରେ ଦେଖାଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଯୋଗୁଁ ଦେଶର ଯୁବକମାନଙ୍କୁ ରୋଜଗାର ମିଳୁନାହିଁ।

ସଂସଦ ଉପରେ ୨୦୦୧ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ବୁଧବାର ଏହି ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ ହୋଇଥିଲା। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଦର୍ଶକ ଗ୍ୟାଲେରୀରୁ ଦୁଇ ଜଣ ଗୃହ ଭିତରକୁ ଡେଇଁ ପଡ଼ିଥିଲେ। ଏହାପରେ କ୍ୟାନ୍ ରୁ ହଳଦିଆ ଧୂଆଁ ବ୍ୟାପିଯାଇଥିଲା। ଘଟଣା ପରେ ତୁରନ୍ତ ଉଭୟଙ୍କୁ ଗିରଫ କରାଯାଇଥିଲା। ସେହିପରି ଅନ୍ୟ ଦୁଇ ଜଣ ହଳଦିଆ ଓ ଲାଲ ଧୂଆଁ ବେତ ଧରି ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସଂସଦ ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ସଂସଦ ପୂରା ଦିନ ଚାଲିପାରିନଥିଲା। ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ଜବାବ ଦିଅନ୍ତୁ ବୋଲି ବିରୋଧୀ କହିଛନ୍ତି। ସେପଟେ ସରକାର କହୁଛନ୍ତି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ।

Get real time updates directly on you device, subscribe now.