fbpx

Work From Home ଅଫର ଆପଣଙ୍କୁ କାଙ୍ଗାଳ କରିପାରେ: ହ୍ୟାକର୍ସଙ୍କ ପାଇଁ ପାଲଟିଛି ଲୁଟର ନୂଆ ଉପାୟ

ଓଡିଶା ଭାସ୍କର: କୋଭିଡ଼ ଆସିବା ପରେ ସମସ୍ତ କମ୍ପାନୀ ସ୍ୱାର୍କ ଫ୍ରମ ହୋମ ପଲିସି ଲାଗୁ କରି ଦେଇଥିଲେ । ଏଥିରେ କର୍ମଚାରୀମାନଙ୍କୁ ଘରେ ରହି ଘର କାମ ସହିତ ଅଫିସ କାମ ମଧ୍ୟ କରିବା ପାଇଁ କୁହାଯାଇଥିଲା । କିନ୍ତୁ କୋଭିଡ଼ ପରେ ଏହି ପଲିସି ଶେଷ ହୋଇଥିଲା ଏବଂ ସବୁ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ପୁଣି ଥରେ ଅଫିସକୁ ଡାକିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ମଧ୍ୟ ଏପରିକିଛି କମ୍ପାନୀ ଅଛନ୍ତି ଯେଉଁମାନେ ୱାର୍କ ଫ୍ରମ ହୋମ ପଲିସି ଜାରି ରଖିଛନ୍ତି । ତେଣୁ ଅଧିକାଂଶ କର୍ମଚାରୀ ଡକାଯିବା ପରେ ମଧ୍ୟ ୱାର୍କ ଫ୍ରମ ହୋମ କରିବାକୁ ପସନ୍ଦ କରୁଛନ୍ତି । ତେବେ ଏହାର ଫାଇଦା ହ୍ୟାକରମାନେ ଉଠାଇବାରେ ଲାଗିଛନ୍ତି ।

ବର୍ତ୍ତମାନ ସମୟରେ ସାଇବର କ୍ରାଇମ ଏକ ଚିନ୍ତାଜନକ ସମସ୍ୟା ପାଲଟିଛି । ସାଇବର ଅପରାଦୀମନେ କମ୍ପ୍ୟୁଟର, ମୋବାଇଏ ଫୋନ ଏବଂ ଈଣ୍ଟରନେଟର ବ୍ୟବହାର କରି ଲୋକମାନଙ୍କର ପଇସା ଏବଂ ସମସ୍ତ ଡାଟା ଚୋରି କରୁଥିବା ଜଣାପଡ଼ିଛି । ତେବେ ଏପରି ସ୍ଥିତିରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଜଣେ ମହିଳାଙ୍କୁ ୱାର୍କ ଫ୍ରମ ହୋମ ଅଫର ଦେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଇଥିବା ଜଣାପଡ଼ିଛି ।

ମହିଳାଙ୍କୁ ଫୋନରେ ଏକ ମେସେଜ ଆସିଥିଲା ଯେଉଁଥିରେ ୱାର୍କ ଫ୍ରମ ହୋମ କରି ପଇସା ରୋଜଗାର କରିବା ପାଇଁ ଅଫର ଥିଲା । ଏତିରେ ମାସକୁ ୪୦ ହଜାର ଟଙ୍କା ଥିବା ଅଫର ଆସିଥିଲା । ତେବେ ମହିଳା ଜଣଙ୍କ ଇଣ୍ଟରଭିୟୁ ଦେଇ ଚାକିରୀ ପାଇଁ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ତେବେ ଚାକିରୀ ପାଇଁ ତାଙ୍କ ପାଖକୁ ଏକ ଲିଙ୍କ ଆସିଥିଲା । ତେବେ ଏହି ଲିଙ୍କ ଉପରେ କ୍ଲିକ କରି ତାଙ୍କୁ ଏକ ଫର୍ମ ଭରିବାକୁ କୁହାଯାଇଥିଲା ।

କିଛି ଦିନ ପରେ ମହିଳାଙ୍କୁ ଏକ କଲ ଆସିଥିଲା । କଲ କରିବା ଲୋକଜଣଙ୍କ କହିଥିଲେ ଯେ ତାଙ୍କ ବ୍ୟାଙ୍କ ତଥ୍ୟ ଠିକ ନାହିଁ । ଏହା ପରେ ବ୍ୟାଙ୍କ ତଥ୍ୟ ଭେରିଫାଏ କରିବା ପାଇଁ ଆଉ ଏକ ମେସେଜ ଆସିଥିଲା । ସେହି ମେସେଜରେ ଏକ ଓଟିପି ଆସିଥିଲା । ମହିଳା ଜଣଙ୍କ ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.