fbpx
BSKY SKY
BSKY SKY

ଆଉ ଏକ ମଦ କମ୍ପାନୀ ଉପରେ ଆୟକର ବିଭାଗର ଚଢ଼ାଉ, ଟଙ୍କା ଫାଙ୍କିଥିବା ଅଭିଯୋଗ

BSKY

କାମାକ୍ଷାନଗର: କିଛି ଦିନ ହେବ ରାଜ୍ୟରେ କଳାଟଙ୍କା କାରବାର ସହ ଜଡ଼ିତ ଥିବା ଘଟଣାର ପୋଲିସ ପର୍ଦ୍ଦାଫାସ କରୁଥିବା ବେଳେ ଆଇଟି ବିଭାଗଗୁଡ଼ିକର ଦାୟିତ୍ୱ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗ୍ରାମରେ । ଟଙ୍କା ଫାଙ୍କିବା ଅଭିଯୋଗରେ ଶକ୍ତି ମାଲ୍ଟଏୟାର ଆଣ୍ଡ ଲେମନେଡ୍ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଉପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।
ସୂଚନାରୁ ପ୍ରକାଶ ୨୦୧୨ ମସିହାରୁ ମାଛିଆ ଗ୍ରାମରେ ଶକ୍ତି ମାଲ୍ଟଏୟାର ଆଣ୍ଡ ଲେମନେଡ୍ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ରହିଛି । ଉକ୍ତ କମ୍ପାନୀକୁ ସରକାରୀ ସ୍ତରରେ ମୁଖ୍ୟତଃ ୪ଟି କାମ ଯଥା ବ୍ଲେଣ୍ଡିଂ, ବଟଲିଂ, ଡଷ୍ଟ୍ରିବ୍ୟୁସନ ଏବଂ ସେଲିଂ ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏହ କମ୍ପାନୀ ଆଲକୋହଲ ଏବଂ ନନ୍ ଆଲକୋହଲ ପାନୀୟ ପ୍ରସ୍ତୁତ କରିବା ଓ ଏନେଇ ଟିକସ ଫାଙ୍କି ଆସୁଥିବା ଜଣାପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ପ୍ରକାଶ ।

Get real time updates directly on you device, subscribe now.