fbpx

ଟ୍ରେନ୍‌ରେ ଯାତ୍ରା କରୁଥିଲେ ନିଶ୍ଚୟ ଡାଉନ୍‌ଲୋଡ୍ କରନ୍ତୁ ଏହି ଆପ୍‌, ମିଳିବ ତତ୍କାଳ ସୁବିଧା

Advertisement

ନୂଆଦିଲ୍ଲୀ:ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଓ ଯାତ୍ରା ସମୟରେ କୌଣସି ସମସ୍ୟା ହେଉଛି ତେବେ କାହାକୁ ଅଭିଯୋଗ କରିବେ । ଅନ୍ୟପକ୍ଷରେ ଆପଣଙ୍କ ସମସ୍ୟା ଉପରେ କ’ଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବୋଧହୁଏ ନୁହେଁ । କିନ୍ତୁ ଯଦି ଆପଣ ଠିକ୍ ମାଧ୍ୟମରେ ଅଭିଯୋଗ କରିବେ ତେବେ ଆପଣଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଏସି ନ ଚାଲିବା , ଖରାପ ଖାଦ୍ୟ , ଶୌଚାଳୟରେ ପାଣି ନ ଆସିବା ଆଦି ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ତ ସମସ୍ୟାରୁ ଆପଣଙ୍କୁ ନିମିଷକେ ମୁକ୍ତି ମିଳିଯିବ । ଏଥିପାଇଁ ଆପଣଙ୍କୁ ନିଜ ଫୋନ୍‌ରେ ‘ରେଳ ସାରଥୀ ଆପ୍‌’ ଡାଉନଲୋଡ୍ କରିବାକୁ ହେବ ।

ଏହା ଭାରତୀୟ ରେଲୱେର ଏକ ଆପ୍ ଅର୍ଥାତ୍ ଏହା ଏକ ସରକାରୀ ଆପ୍ ଯାହା ସେଣ୍ଟର ଅଫ୍ ରେଲୱେ ଇନଫର୍ମେସନ ସିଷ୍ଟମ ଜରିଆରେ କାମ କରିଥାଏ । ଏହି ଆପ୍‌ରେ ଆପଣ ସବୁ ପ୍ରକାର ଅଭିଯୋଗ କରିପାରିବେ । ଅଭିଯୋଗ କରିବା ମାତ୍ରେ ତତ୍କାଳ ପ୍ରଭାବରେ ସମସ୍ୟାର ସମାଧାନ କରାଯାଇଥାଏ । ଆପଣ ଆପଲ ଗୁଗଲ ପ୍ଲେ ଷ୍ଟୋର ସହିତ ଆପଲ ଆପ୍ ଷ୍ଟୋରରୁ ଏହାକୁ ଡାଉନଲୋଡ୍ କରିପାରିବେ ।

ଏହି ଆପ୍ ଡାଉନଲୋଡ୍ କରିବା ଦ୍ୱାରା ଟିକେଟ୍ ବୁକିଂ, ସିଟ୍ ଉପଲବ୍ଧତା, ଟ୍ରେନ୍ ରନିଂ ଷ୍ଟାଟସ୍‌, ଅଭିଯୋଗ, କୋଚ୍ କ୍ଲିନିଂ ଓ ଟ୍ୱିଟର ଫିଡବ୍ୟାକ୍ ସୁବିଧା ମିଳିଥାଏ । ଏହାସହିତ ୧୩୯ ନଂରେ କଲ୍ କରି ମଧ୍ୟ ଆପଣ ସହାୟତା ମାଗିପାରିବେ ।

Get real time updates directly on you device, subscribe now.