fbpx

ITI ପାସ କରିଥିବା ପିଲାଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ, ରେଲୱେ ଆଣିଲା ୩ ହଜାରରୁ ଅଧିକ ପଦବୀର ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ: ଆଇଟିଆଇ ପାସ କରି ସରକାରୀ ଚାକିରି ଖୋଜୁଥିବା ପିଲାମାନଙ୍କ ପାଇଁ ଖୁସି ଖବର । ଭାରତୀୟ ରେଲୱେ ଏହି ଯୁବକମାନଙ୍କ ପାଇଁ ଅପରେଣ୍ଟିସର ବିଭିନ୍ନ ପଦରେ ନିଯୁକ୍ତିର ନୋଟିଫିକେସନ ଜାରି କରିଛନ୍ତି । ଏହି ବିଜ୍ଞାପନ ଇଷ୍ଟର୍ଣ୍ଣ ରେଲୱେ ଅପରେଣ୍ଟିସର ୩୧୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୨୭ ସେପ୍ଟେମ୍ବରରେ ଆରମ୍ଭ ହୋଇ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଚାଲିବ ।
ଏହି ପ୍ରକ୍ରିୟା ଜରିଆରେ ପୂର୍ବ ରେଲୱେ ବିଭିନ୍ନ ଡିଭିଜନ ଏବଂ କାର୍ଯ୍ୟଶାଳାରେ ଅପରେଣ୍ଟିସର ସମୁଦାୟ ୩୧୧୫ଟି ଖାଲି ପଦବୀ ପୂରଣ କରିବ । କିଛି ପଦବୀରେ ହାୱଡା ଡିଭିଜନରେ ୬୫୯ଟି ପଦବୀ, ଲିଲୁଆ କାର୍ଯ୍ୟଶାଳାରେ ୬୧୨ଟି ପଦବୀ, ସିୟାଲଦହ ଡିଭିଜନରେ ୪୪୦ଟି ପଦବୀ, କାଞ୍ଚରାପଡା କାର୍ଯ୍ୟଶାଳାରେ ୧୮୭ଟି ପଦବୀ, ମାଲଦା ଡିଭଡ଼ିଜନରେ ୧୩୮ଟି ପଦବୀ, ଆସନସିଲ କାର୍ଯ୍ୟଶାଳାରେ ୪୧୨ଟି ପଦବୀ ଏବଂ ଜମାଲପୁର କାର୍ଯ୍ୟଶାଳାରେ ୬୬୭ ଖାଲି ପଦବୀରେ ସିଟ ପୂରଣ ହେବ ।

ଟର୍ନର, ୱେଲ୍ଡର, ବିଦ୍ୟୁତ ମିସ୍ତ୍ରୀ, ପେଣ୍ଟର, ବଢେଇ, ରେଫ୍ରିଜରେଟର ଏବଂ ଏସି ମେକାନିକ, ମେକାନିକ(ଡିଜେଲ), ଇଲେକ୍ଟ୍ରୋନିକ ମେକାନିକ ଏବଂ ମୋଟର ଯାନ ମେକାନିକ ପଦବୀ ଅନ୍ତର୍ଭୁକ୍ତ ରହିଛି । ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ .. ମାଧ୍ୟମରେ ଆବେଦନ କରିପାରିବେ ।

ଏପରି ଆପ୍ଲାଏ କରନ୍ତୁ:
-ଅଫିସିଆଲ ୱେବସାଇଟ-.. କୁ ଯାଆନ୍ତୁ
-ହୋମ ପେଜରେ ଦିଆଯାଇଥିବା .. ଟ୍ୟାବ ଉପରେ କ୍ଲିକ କରନ୍ତୁ ।
-ଏବେ ଅପରେଣ୍ଟିସ ନିଯୁକ୍ତି ନୋଟିଫିକେସନର ଲିଙ୍କ ଉପରେ କ୍ଲିକ କରନ୍ତୁ ।
-ନୋଟିଫିକେସନରେ ଦିଆଯାଇଥିବା ଷ୍ଟେପ୍ସ ଅନୁସାରେ ଆବେଦନ କରନ୍ତୁ ।

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ୧୦ମ ଏବଂ ଦ୍ୱାଦଶରେ ୫୦ ପ୍ରତିଶତ ନମ୍ବର ସହିତ ପାସ କରିଥିବା ଆବଶ୍ୟକ । ଏଥିସହ ଆଶାୟୀ ପ୍ରାର୍ଥୀମାନେ ଉପରୋକ୍ତ ଟ୍ରେଡରେ ଆଇଟିଆଇ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ତେବେ ଅବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୫ ରୁ ୨୪ ବର୍ଷ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.