fbpx
BJD
BJD SKY
BJD SKY

ରେଲୱେର ବିଭିନ୍ନ ସ୍କୁଲରେ ଖାଲି ରହିଛି ଶିକ୍ଷକ ପଦ: ଦରମା ୨୬ ହଜାର ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ଦେଶର ବିଭିନ୍ନ ରେଲୱେ ସ୍କୁଲ ଗୁଡିକରେ ସୃଷ୍ଟି ହୋଇଛି ଖାଲିପଦ । ଗଣିତ, ବିଜ୍ଞାନ, ସଂସ୍କୃତ, ସୋସିଆଲ ସାଇନ୍ସ, ପିଇଟି ସମେତ ଟିଜିଟି, କମ୍ପ୍ୟୁଟର ସାଇନ୍ସ ଓ ଆସିଷ୍ଟାଣ୍ଟ ଟିଚର ପଦବୀ ପାଇଁ ସୃଷ୍ଟି ହେଇଛି ଖାଲିପଦ । ପଶ୍ଚିମ ରେଳବାଇର ମୁମ୍ବାଇ ଡିଭିଜନରେ ଏହି ସବୁ ଖାଲି ପଦ ସୃଷ୍ଟି ହୋଇଛି । ସମୁଦାୟ ୧୧ଟି ଖାଲି ପଦ ରହିଥିବା ବେଳେ ଏହା ମଧ୍ୟରେ ୪ଟି ଆସିଷ୍ଟାଣ୍ଟ ଶିକ୍ଷକ ପଦବୀ ଖାଲି ରହିଥିବା ଜଣାପଡିଛି ।

ଆସନ୍ତା ୧୨ ତାରିଖରେ ଏହି ସବୁ ପଦ ପାଇଁ ୱାକ ଇନ୍ ଇଣ୍ଟରଭ୍ୟୁ କରାଯିବ । ଇଚ୍ଛୁକ ପ୍ରାର୍ଥୀ ମାନେ ନିଜର ଡକ୍ୟୁମେଣ୍ଟ ସହିତ ରେଲୱେ ସେକେଣ୍ଡାରୀ ସ୍କୁଲ, ବଲସାଡ(ୱେଷ୍ଟ ୟାର୍ଡ) ସକାଳ ୯.୦୦ରେ ପହଞ୍ଚିବେ ।

ଶିକ୍ଷାଗତ ଯୋଗ୍ୟତା: ଯେଉଁ ବିଷୟରେ ଶିକ୍ଷକ/ଶିକ୍ଷୟିତ୍ରୀ ଆବଶ୍ୟକ ଇଚ୍ଛୁକ ପ୍ରାର୍ଥୀ ସମାନ ବିଷୟରେ ସ୍ନାତକ ଡିଗ୍ରୀ ସହିତ ବିଇଡି କରିଥିବା ଆବଶ୍ୟକ । ପ୍ରାଇମେରୀ ଶିକ୍ଷକ ପଦ ପାଇଁ ଯୁକ୍ତ ଦୁଇ ପାଶ ସହିତ ବିଟିସିର ଯୋଗ୍ୟତା ଆବଶ୍ୟକ । ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଆବେଦନ କରିବାକୁ ଚାହିଁଲେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ।

ବେତନ: ଗଣିତ, ବିଜ୍ଞାନ, ସଂସ୍କୃତ, ସୋସିଆଲ ସାଇନ୍ସ, ପିଇଟି ସମେତ ଟିଜିଟି, କମ୍ପ୍ୟୁଟର ସାଇନ୍ସ ଶିକ୍ଷକଙ୍କ ପାଇଁ ବେତନ ୨୬ ହଜାର ୨୫୦ ଟଙ୍କା ରହିଥିବା ବେଳେ ଆସିଷ୍ଟାଣ୍ଟ ଟିଚର ପଦବୀ ପାଇଁ ୨୧ ହଜାର ୨୫୦ ଟଙ୍କାର ପ୍ରତିମାସ ଦରମା ପ୍ରଦାନ କରାଯିବ । ବେତନ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଲିଙ୍କରେ https://wr.indianrailways.gov.in/cris/uploads/files/1648814259302-BCT_merged.pdf କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.