ଯାତ୍ରୀଙ୍କ ପାଇଁ ବଡ଼ ଖବର: ରେଲୱେ ବାତିଲା କଲା ୩୩୬ ଟ୍ରେନ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ବିକାଶ କାର୍ଯ୍ୟ, କୁହୁଡି ଓ ପାଣିପାଗ କାରଣରୁ ଶହ ଶହ ଟ୍ରେନ୍ ବାତିଲ କରାଯାଉଛି । ଏହାର ସୂଚନା ରେଲୱେର ଅଫିସିଆଲ ୱେବସାଇଟରେ ପ୍ରତିଦିନ ଜାରି ହେଉଛି । ସେହିପରି ଆଜି ୨୩ ଫେବ୍ରୁଆରୀରେ ୩୦୦ରୁ ଅଧିକ ଟ୍ରେନକୁ ବାତିଲ କରିଛି ରେଳବାଇ । ଏହା ସହ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି ।

ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ରେ ସକାଳ ୮.୩୦ରେ ଦିଆଯାଇଥିବା ଅପଡେଟ ଅନୁସାରେ, ରବିବାରରେ ରେଲୱେ ପକ୍ଷରୁ ୩୩୬ ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ସେହିପରି ୨୫ଟି ଆଂଶିକ ବାତିଲ ହୋଇଛି । ଏହା ବ୍ୟତୀତ ୩୨ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି । ୬ ଟି ଟ୍ରେନର ସିଡ୍ୟୁଲ କରାଯାଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଯାତ୍ରା କରିବାକୁ ପୋଗ୍ରାମ କରୁଛନ୍ତି, ତେବେ ଯିବା ପୂର୍ବରୁ ଲିଷ୍ଟ ଚେକ୍ କରି ବାହାରନ୍ତୁ । ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରିପାରିବେ ।