fbpx

ଜେନେରାଲ କୋଚକୁ ନେଇ ରେଲୱେର ବଡ଼ ଘୋଷଣା, ଏଣିକି ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଟ୍ରେନରେ ବିନା ଏସି ଥିବା ଜେନେରାଲ କ୍ଲାସ କୋଚର ଇତିହାସ ବଦଳିବାକୁ ଯାଉଛି । ଅଧିକ ଦୂର ଯାତ୍ରକୁ ସହଜ କରିବା ପାଇଁ ଜେନେରାଲ କୋଚରେ ବାତାନୂକୁଳିତ ଯାନ ବା ଶୀତତାପ ନିୟନ୍ତ୍ରିତ ଯାନରେ ପରିଣତ କରିବାକୁ ଯାଉଛି ରେଳ ମନ୍ତ୍ରଣାଳୟ । ଏହି ନୂଆ ଆର୍ଥିକ ଏସି କୋଚଗୁଡିକ ଆଧୁନିକ ଟେକ୍ନୋଲୋଜି ସହିତ ନୂଆ ଟ୍ରାକରେ ଘଣ୍ଟା ପ୍ରତି ୧୮୦ ବେଗରେ ଚାଲିବ । ଏବେ ଏହି ବେଗ ଓ ଏସିର ସୁବିଧା ସେକେଣ୍ଡ କ୍ଲାସ ଜେନେରାଲ କୋଚରେ ବି ମିଳିବ ।

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଅଶ୍ୱିନୀ ବୈଷ୍ଣବ ଯାତ୍ରୀମାନଙ୍କ ସୁବିଧାକୁ ବଢ଼ାଇ ରେଳଯାତ୍ରାକୁ ଅଧିକ ଲୋକପ୍ରିୟ ଓ ଆନନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସଂକଳ୍ପକୁ ନେଇ ସେ ଏପରି ପଦକ୍ଷେପ ନେଇଛନ୍ତି । ଆସନ୍ତା ମାସରୁ ଏହାର ଶୁଭାରମ୍ଭ ହୋଇପାରେ ବୋଲି ଆଶଙ୍କା ରହିଛି ।

ରେଳ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ଏବେ ଜେନେରାଲ ସେକେଣ୍ଡ କ୍ଲାସ କୋଚରେ ପ୍ରାୟ ୧୦୦ ଜଣ ଯାତ୍ରୀ ବସିପାରିବେ । ଏହି କୋଚଗୁଡିକ ତିଆରି କରିବା ପାଇଁ କୋଚ୍ ପିଛା ପ୍ରାୟ ୨.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଅନ୍ୟପଟେ ନୂଆ ଜେନେରାଲ ସେକେଣ୍ଡ କୋଚରେ ଏଥିରୁ ଅଧିକ ଯାତ୍ରୀ ବସିପାରିବେ । ପୁରୁଣା କୋଚ୍ ଘଣ୍ଟା ପିଛା ୧୧୦ କିଲୋମିଟର ବେଗରେ ଯାଉଥିବା ବେଳେ ନୂଆ କୋଚ ଘଣ୍ଟା ପିଛା ୧୩୦ କିଲୋମିଟର ବେଗରେ ଚାଲିପାରିବ ।

Get real time updates directly on you device, subscribe now.