fbpx

ଆଜିଠାରୁ ଏହିସବୁ ରାଜ୍ୟରେ ହେବ ଜାଡ଼ ସାଙ୍ଗକୁ ପ୍ରବଳ ବର୍ଷା, IMD ଜାରି କଲେ ସତର୍କ ସୂଚନା

ନୂଆଦିଲ୍ଲୀ: ଆଜିଠାରୁ ବିଭିନ୍ନ ରାଜ୍ୟରେ ବର୍ଷା ସାଙ୍ଗକୁ ଶୀତ ବଢ଼ିବାକୁ ଯାଉଛି । ରାଜଧାନୀ ଦିଲ୍ଲୀ ସମେତ ଭାରତର କେତେକ ରାଜ୍ୟରେ କୋଲ୍ଡୱେଭ୍ ଜାରି ରହିଛି ଏବଂ ଏହା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ । ଶୀତ ସହିତ ଆହୁରି ସମସ୍ୟାକୁ ଦୁଇଗୁଣ କରିବ ଅଦିନିଆ ବର୍ଷା । ଆଇଏମଡି ଏନେଇ ଆଲର୍ଟ ଜାରି କରିଛନ୍ତି ଓ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଅନୁମାନ ଲଗାଇଛନ୍ତି ।

ସୂଚନା ମୁତାବକ, ଗୁରୁବାର ଦିନ ଦିଲ୍ଲୀ ଓ ଏହାର ଆଖପାଖରେ ଥିବା ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦିଲ୍ଲୀ ଏନସିଆର୍ ବ୍ୟତୀତ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଆସନ୍ତା ଦୁଇଦିନ ପାଇଁ କାଶ୍ମୀରରେ ବର୍ଷା ସହିତ ତୁଷାରପାତ ହେବା ନେଇ ଆକଳନ କରାଯାଇଛି । ସେହିପରି ଉପରୋକ୍ତ ରାଜ୍ୟ ଗୁଡ଼ିକରେ ବର୍ଷା ଯୋଗୁଁ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ।

ସୁଚନାଯୋଗ୍ୟ, ଓଡ଼ିଶା ପାଇଁ ମଧ୍ୟ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ଉତ୍ତର ଓଡ଼ିଶାର ୧୩ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ । ଅନ୍ୟପଟେ ୯ଟି ଜିଲ୍ଲାରେ କୁଆ ପଥର ବର୍ଷା ମଧ୍ୟ ହେବ । ଏହାସହିତ ୭ଟି ଜିଲ୍ଲାକୁ ଘଡଘଡି ସହିତ ପ୍ରବଳ ବର୍ଷାର ରହିଛି ସମ୍ଭାବନା ।

 

Get real time updates directly on you device, subscribe now.