୨୦ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆହୁରି ୪ ଦିନ ରାଜ୍ୟରେ ଲାଗି ରହିବ ବର୍ଷା । ଜୁନ୍ ୧୬ରୁ ୨୦ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।

ବିଭିନ୍ନ ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଜାରି ।

ବଜ୍ରପାତ ସାଙ୍ଗକୁ ଝଡ଼ବର୍ଷା ନେଇ ସୂଚନା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଥିବା ସୂଚନା ।