ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରବଳ ବର୍ଷା। ଏଥିପାଇଁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ସୂଚନା ମୁତାବକ, ୧୦୦ରୁ ଅଧିକ ବିମାନ ଉଡ଼ାଣ ଆଜି ପ୍ରଭାବିତ ହୋଇଛି। ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଛି।
ରେଡ୍ ଆଲର୍ଟ ଜାରି: ଭାରତୀୟ ପାଣିପାଗ ବିଭାଗ (IMD) ରେଡ୍ ଆଲର୍ଟ ଜାରି କରିଛି। 40-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ, ବଜ୍ରପାତ ଏବଂ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରାଯାଇଛି। ହରିୟାଣାର ଝାଜ୍ଜରର ଅନେକ ଅଞ୍ଚଳରେ ମଧ୍ୟ ଝଡ଼ବର୍ଷା ସହିତ ପ୍ରବଳ ବର୍ଷା ହୋଇଛି।
ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା, ଆଗାମୀ ଦୁଇରୁ ତିନି ଘଣ୍ଟା ମଧ୍ୟରେ ପ୍ରବଳ ଝଡ଼ବର୍ଷା, ବର୍ଷା ଏବଂ ପ୍ରବଳ ପବନ ବହିବାର ଚେତାବନୀ ଦେଇଥିଲା।