ଭୁବନେଶ୍ୱର: ରାଜ୍ୟରେ ଆହୁରି ବଢ଼ିବ ତାତି । ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ ।
୪୩ ଡଗ୍ରୀ ଛୁଇଁପାରେ ରାଜ୍ୟର ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାକୁ ରେଡ ଆଲର୍ଟ । ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ।
ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ବି ରେଡ୍ ଆଲର୍ଟ ଜାରି ।
୨୦ ତାରିଖ ବେଳକୁ କମିବ ତାପମାତ୍ରା । ୨ରୁ ୪ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ଥିବା କହିଲା ପାଣିପାଗ ବିଭାଗ । ୩ ଦିନ ପରେ କିଛି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ । ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା