ଭୁବନେଶ୍ୱର: ତାତିରୁ ମିଳିବ ମୁକ୍ତି । ରାଜ୍ୟରେ ତାତିରେ ଲଗାମ ଲଗେଇବ କାଳବୈଶାଖୀ ।
୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ ।
କିଛି ସ୍ଥାନରେ କୁଆପଥର ବର୍ଷା ସମ୍ଭାବାନା ରହିଥିବା ସତର୍କ କଲା ପାଣିପାଗ ବିଭାଗ ।
ମାର୍ଚ୍ଚ ୧୯ରେ ରାଜ୍ୟର ୭ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜରେ ଘଡ଼ଘଡ଼ି, ପ୍ରବଳ ପବନ ସହ ବର୍ଷା ସମ୍ଭାବନା ରହିଛି ।
୨୦ରେ କାଳକୈଶାଖୀ ବିସ୍ତୃତି ବଢ଼ିବ । ୨୧ ଓ ୨୨ ତାରିଖରେ ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ।