fbpx

ୟୁପି, ବିହାରରେ ବର୍ଷା ସମ୍ଭାବନା : ଜାଣିନିଅନ୍ତୁ ମୌସୁମୀର ଅବସ୍ଥା

Advertisement

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତାପମାତ୍ରାର ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାଜଧାନୀରେ ବର୍ଷା ସମ୍ଭାବନା ନାହିଁ ଏବଂ ଏହା ସହିତ ପ୍ରବଳ ଖରା ହେବ ଦ୍ୱାରା ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । କିନ୍ତୁ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ମଧ୍ୟ ପାଣିପାଗ ବିଭାଗ ଅନୁମାନ କରି କହିଛନ୍ତି । ଏନେଇ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି ।

ସୂଚନା ଅନୁସାରେ, ପୂର୍ବ ଉତ୍ତରପ୍ରଦେଶରେ ୧୦ରୁ ଅଧିକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ଦିନ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ, ଯାହା ଦ୍ୱାରା ତାପମାତ୍ରା କମିବାର ସମ୍ଭାବନା ରହିଛି । ଆସନ୍ତାକଲି ଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏହା ସହିତ ବିହାରରେ ମଧ୍ୟ ମୌସୁମୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ପାଟନା ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ପାଟନାରେ ସୋମବାର ମଙ୍ଗଳବାର ବର୍ଷା ହେବାର ସମ୍ଭାବନା ଦେଖା ଦେଇଛି । ଏଠାରେ ଅପରାହ୍ନ ପର ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି ।

ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତରାଖଣ୍ଡର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୬ ସେପ୍ଟେମ୍ବରରେ ବାଗେଶ୍ୱର, ପିଥୋରାଗଡ,ଅଲମେଡା ଏବଂ ଚମ୍ପାବତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ଓଡିଶା ଏବଂ ଛତିଶଗଡରେ ମଧ୍ୟ ଆସନ୍ତା ୫ ଦିନ ମଧ୍ୟରେ ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.