ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ! ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
ବର୍ଷା ପାଇଁ କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଭୁବନେଶ୍ବର: ଗତ କିଛିଦିନ ହେବ ରାଜ୍ୟରେ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟାରେ ବର୍ଷା ମଧ୍ୟ ହେଉଛି । ରାଜ୍ୟକୁ ମୌସୁମୀ ଫେରିଥିବାବେଳେ ମୌସୁମୀ ବାୟୁ ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ହେଉଛି ।
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଘୂର୍ଣ୍ଣିବଳୟ ସକ୍ରିୟ ଫଳରେ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମଧ୍ୟ ଟ୍ବିନ ସିଟିର କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି ।
କାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ରାଜ୍ୟରେ ରଜର ମାହୋଲ ରହିଛି । କିଛି ସ୍ଥାନରେ ବର୍ଷା କାରଣରୁ ରଜ ବଜାର ମଧ୍ୟ ଫିକା ପଡ଼ିଛି ।