ଭୁବନେଶ୍ୱର; ଫେବୃଆରୀ ନ ସରୁଣୁ ଏବେ ତାପମାତ୍ରା ଉପରମୁହାଁ । ଗୋଟିଏ ଦିନ ପରେ ଗୋଟିଏ ସହରର ପାରଦ ୩୪ ଡିଗ୍ରୀ ଡେଇଁବାରେ ଲାଗିଛି। ସୋମବାର ମଧ୍ୟ ୧୧ ସହରର ସର୍ବୋର୍ଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଥିଲା। ତେବେ, ଏହାରି ଭିତରେ ଆଂଚଳିକ ପାଣିପାଗ ବିଭାଗ ଏନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆସୁଛି ବଡ଼ ବର୍ଷା…
ଗତକାଲି ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ଼ ହୋଇଥିଲା ବେଳେ ଅନୁଗୁଳରେ ୩୬.୭, ଝାରସୁଗୁଡାରେ ୩୬.୬, ବୌଦ୍ଧ ଓ ସୋନପୁରରେ ୩୬.୫ ଡିଗ୍ରୀ ରେକର୍ଡ଼ ହୋଇଛି।
ସେହିପରି, ଟିଟିଲାଗଡ ଓ ଭାବାନୀପାଟଣାରେ ୩୬ ଡିଗ୍ରୀ, ସମ୍ବଲପୁରରେ ୩୮.୮, ସୁନ୍ଦରଗଡ ଓ ମାଲକାନଗିରିରେ ୩୫.୫, ଭଦ୍ରକରେ ୩୫.୧ ଡିଗ୍ରୀ ଥିଲା। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ରହିଥିଲା।
ଆସନ୍ତା ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ତେବେ, ପରବର୍ତ୍ତୀ ସମୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତାକାଲିରୁ ୨୧ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଓ ସୁନ୍ଦରଗଡ। ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।