fbpx

ଆଗାମୀ ୩ ଘଣ୍ଟାରେ ୫ ଜିଲ୍ଲାରେ ବର୍ଷା, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ ଜଳରେ ପରିପୂର୍ଣ୍ଣ ହୋଇ ରାସ୍ତାଘାଟରେ ପାଣି ଜମିବା ଦେଖିବାକୁ ମିଳୁଛି। ଏଥିରେ ଯାତାୟତ ପ୍ରଭାବିତ ହେଉଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟାରେ ୫ଟି ଜିଲ୍ଲାରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଆକଳନ କରାଯାଇଛି।

ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି। ଏହି ୫ଟି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼ ଏବଂ ପୁରୀ। ତେବେ ବର୍ତ୍ତମାନ କଟକ ଏବଂ ରାଜଧାନୀରେ ସକାଳୁ ସକାଳୁ ଝିପଝିପ ବର୍ଷା ଲାଗିରହିଛି।

Get real time updates directly on you device, subscribe now.