fbpx

ହିମାଚଳରେ ବର୍ଷା ଓ ଭୂସ୍ଖଳନ: ୬୦ ଜଣଙ୍କ ମୃତ୍ୟୁ ପରେ ବି ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ବର୍ତ୍ତମାନ ଭୟଙ୍କର ତାଣ୍ଡବ ରଚିଛି । ସବୁଆଡ଼େ ବିତ୍ପତି ଯୋଗୁଁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ । ତେବେ ଭୂସ୍ଖଳନରେ ଅନେକ ଲୋକ ମାଟି ତଳେ ପୋତି ହୋଇ ଯାଇଥିବା ନେଇ ଆଶଙ୍କା ରହିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ସେପଟେ ଏଭଳି ପରିସ୍ଥିତିକୁ ଲକ୍ଷ୍ୟ କରି ଆଜି ଏଠାକାର ସ୍କୁଲ ଏବଂ କଲେଜ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଠାକାର ପରିସ୍ଥିତି ଏବଂ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.